Odisha News

ରାଜ୍ୟ ପୋଲିସ ପକ୍ଷରୁ ଓଡିଶା ପୋଲିସର ୮୯ ତମ ପ୍ରତିଷ୍ଠା ଦିବସ କଟକ ଷଷ୍ଠ ବାଟାଲିଆନ ଠାରେ ଅନୁଷ୍ଠିତ

ବିଶ୍ୱଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
କଟକ, ୨/୪: ରାଜ୍ୟ ପୋଲିସ ପକ୍ଷରୁ ଓଡିଶା ପୋଲିସର ୮୯ ତମ ପ୍ରତିଷ୍ଠା ଦିବସ କଟକ ଷଷ୍ଠ ବାଟାଲିଆନ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ରାଜ୍ୟ ପୋଲିସ ପକ୍ଷରୁ ପରେଡ କରାଯାଇଥିବା ବେଳେ ରାଜ୍ୟ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ମୁଖ୍ୟ ଅତିଥ୍ୟ ରୂପେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେ ।
ଏହା ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବାର୍ତ୍ତା ପଠନ କରିଥିଲେ ।ପବିତ୍ର ଉତ୍କଳ ଦିବସରେ ଓଡିଶା ପୋଲିସର ପ୍ରତିଷ୍ଠା କରାଯାଇଥିଲା । ଆଜିର ଦିନକୁ ଓଡିଶା ପୋଲିସ ପ୍ରତିଷ୍ଠା
ଦିବସ ଭାବେ ପାଳନ କରାଯାଉଛି । ରାଜ୍ୟ ପୋଲିସ ପକ୍ଷରୁ ଆୟୋଜିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପୋଲିସ ବିଭାଗର ଅନେକ ପୋଲିସ କର୍ମଚାରୀଙ୍କୁ ଡିଜିପି ସମ୍ବଦ୍ଧିତ କରିଥିଲେ ।
ପୋଲିସର ସମାଜ ପ୍ରତି କର୍ତ୍ତବ୍ୟ ଓ ସେବାକୁ ସଦା ସର୍ବଦା ବଜାୟ ରଖୁବା ସହ ପୋଲିସ କିପରି ଲୋକଙ୍କର ଆହୁରି ନିକଟତର ହେବ ଏବଂ ବିଭିନ୍ନ କ୍ଷେତ୍ରରେ ସୁରକ୍ଷା ସହ ସମସ୍ତ ପୋଲିସ ସେବା ଯୋଗାଇ ଦେବା ଆମ କର୍ତ୍ତବ୍ୟ ବୋଲି ସୂଚନା ଦେଇଛନ୍ତି ଡିଜିପି ଅରୁଣ ଷଡ଼ଙ୍ଗୀ ।
ଏହି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଦର୍ପନାରାୟଣ

Related Posts

Seo wordpress plugin by www.seowizard.org.