Odisha News

ବାଲି ମାଫିଆଙ୍କ ଦବଙ୍ଗଗିରି, ଚଢାଉ ବେଳେ ଅତିରିକ୍ତ ତହସିଲଦାର ଓ ତିନି ଆରଆଇଙ୍କୁ ଆକ୍ରମଣ

ଖଲ୍ଲିକୋଟ୮/୫: ବାଲି ଚୋରା ଚାଲାଣ ବେଳେ ଚଢ଼ାଉ କରିବାକୁ ଯାଇଥିବା ଅତିରିକ୍ତ ତହସିଲଦାର ଓ ୩ ଜଣ ଆରଆଇଙ୍କୁ ନିସ୍ତୁକ ପିଟିଲେ ବାଲି ମାଫିଆ। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାରେ।
ଆଜି ଭୋରରେ ଗଞ୍ଜାମ ତହସିଲ ମାଳି ଜଗନ୍ନାଥପୁର ଗାଁ ନିକଟ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିଲା।
ଏହି ସମୟରେ ଗଞ୍ଜାମ ଅତିରିକ୍ତ ତହସିଲଦାର ଓ ତିନି ଜଣ ଆରଆଇ ସେଠାରେ ଚଢ଼ାଉ କରିଥିଲେ। ହେଲେ ବାଲି ମାଫିଆମାନେ ସେମାନଙ୍କୁ ଆକ୍ରମଣ କରି କ୍ଷତାକ୍ତ କରି ଦେଇଥିଲେ।
ଆକ୍ରମଣର ଶିକାର ହୋଇଥିବା ଚାରି ଅଧିକାରୀ ହେଉଛନ୍ତି- ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ଆରଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା।
ସେମାନଙ୍କୁ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଗଞ୍ଜାମ ଥାନା ପୁଲିସ୍ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related Posts

Seo wordpress plugin by www.seowizard.org.