Odisha News

ଗଜପତି: ଆଜାଦିକା ଅମୃତ ମହୋତ୍ସବ ଅବସରରେ ସ୍କୁଲ ଛାତ୍ର ମାନଙ୍କ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୪/୪ : ଦେଶ ସ୍ୱାଧୀନତା ର ୭୫ ବର୍ଷ ଅଂଶ ବିଶେଷ ଆଜାଦିକ ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ପାରଳାଖେମୁଣ୍ଡି ସ୍ଥିତ ମହାରଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସଭାଗୃହ ଠାରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଦ୍ୟାଳୟର ଛାତ୍ର ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ବିଭିନ୍ନ ଅପରାଧ ଆଇନ ସମ୍ପର୍କିତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମାନ୍ୟବର ଓଡିଶା ରାଜ୍ୟ ପ୍ରାଧିକରଣ କଟକ ଏବଂ ମାନ୍ୟବର ଗଜପତି ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ପ୍ରାଧିକାରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏହି ସଚେତନତା କା ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୌରାଜଜ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ ।
ମୁଖ୍ୟତଃ ବିଭିନ୍ନ ଅପରାଧିକ ଆଇନ କୋଡ଼ ତଥା ସିଆର ପିଏସ ଧାରା , ଜାମିନ , ଏଫଆଇଆର , ସମନ , ୱାରେଣ୍ଟ ଓ ମାମଲା କୋହଳ ପ୍ରଭୃତି ଉପରେ ବୁଝାଇ ଛାତ୍ର ମାନେ ବିଭିନ୍ନ ଆଇନ ସମ୍ପର୍କରେ ସଚେତନ ହେଲେ ଏ ଦିଗରେ ଏକ ସୁସ୍ଥ ସମାଜ ଗଠନ ହେବା ସହ ଦେଶ ଉନ୍ନତି ପଥରେ ଆଗେଇ ପାରିବ ବୋଲି ଜିଲ୍ଲା ଦୌରାଜଜ ଶ୍ରୀ ସତ୍ୟପୀର ମିଶ୍ର ନିଜ ଅଭିଭାଷଣରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସବଜଜ ଶ୍ରୀ ଦୀପଙ୍କର ପଟନାୟକ , ସିଜେଏମ: ଶ୍ରୀ ମାନସ କୁମାର ପଣ୍ଡା , ଜେଏମଏଫସି: (ଓଏଡବ୍ଲ୍ୟୁ ) ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ , ପ୍ରାଧିକରଣର ସଚିବ ଶ୍ରୀ ରବି ନାରାୟଣ ବେହେରା , ପ୍ରବେସନ ମାଜିଷ୍ଟ୍ରେଟ ଶ୍ରୀ ଶୁଭଜିତ ବେହେରା ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନାକ୍ଷୀ ପାଢ଼ୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ମାଗଣା ଆଇନ ସେବା , ମଧ୍ୟସ୍ତତା କେନ୍ଦ୍ର , ନିଃଶୁଳ୍କ ଆଇନା ସେବା , ଓ ଆଇନ ସହାୟତା ସମେତ ବିଭିନ୍ନ ଆଇନ ସମ୍ପର୍କରେ କହି ତୃଣମୂଳ ସ୍ତରରେ ସମସ୍ତ ବ୍ୟକ୍ତି କିଭଳି ଆଇନ ସେବା ପାଇପାରିବେ ସେ ସମ୍ପର୍କରେ ବୁଝାଇ ସଚେତନ କରାଇଥିଲେ ।
ସମଗ୍ର ଦେଶରେ ଯଥା:- ଜାତୀୟ ସ୍ତରରେ , ରାଜ୍ୟ ସ୍ତରରେ , ଜିଲ୍ଲା ସ୍ତରରେ ଓ ତାଲୁକ ସ୍ତରରେ ଆଇନ ସେବା ପ୍ରାଧିକରଣର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇବା ସହ ପ୍ରତି ବ୍ଲକରେ ପ୍ରାଧିକରଣ ପକ୍ଷରୁ ନିୟୋଜିତ ହୋଇଥିବା ପାରା ଲିଗାଲ ସ୍ବେଛାସେବୀ ମାନଙ୍କର କାର୍ଯ୍ୟାବଳି ସମ୍ପର୍କରେ ସଚେତନ କରା ଯାଇଥିଲା ।
ଶେଷରେ ବିଦ୍ୟାଳୟର ଆଇନ ସାକ୍ଷରତା ଶିକ୍ଷୟତ୍ରୀ ଶ୍ରୀମତୀ ସିଏଚ: ଚାନ୍ଦନୀ ଦେଵୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବହୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଜଗନ୍ନାଥ ପଟନାୟକଙ୍କ ସମେତ ଆଇନଜୀବୀ , ପାରା-ଲିଗାଲ ସ୍ବେଛାସେବୀ , ବିଦ୍ୟାଳୟର ବହୁ ଛାତ୍ର ସମେତ ଶିକ୍ଷକ , ଶିକ୍ଷୟତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।
ସମସ୍ତ କାର୍ଯକ୍ରମକୁ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରି ଶ୍ରୀ ରମେଶ ଚନ୍ଦ୍ର ସେଠୀ , ଶ୍ରୀ ରଘୁ ନନ୍ଦନ ଦାସ ଓ ଶିବ ପ୍ରସାଦ ସେନାପତି ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.