Odisha News

ଦୂର ହେଲା ଲୋ-ଭୋଲ୍ଟେଜ ସମସ୍ୟା : ଉଚ୍ଚ କ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର ସ୍ଥାପନ କଲା ଟିପିଏନଓଡିଏଲ

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୨୪/୪: ଦୂର ହେଲା ଲୋ-ଭୋଲ୍ଟେଜ ସମସ୍ୟା । ପୂରଣ ହେଲା ସାଧାରଣ ଲୋକଙ୍କ ଦାବି।
ଅସହ୍ୟ ଗୁଳୁଗୁଳିରେ ଲୋକଙ୍କ ପାଇଁ ଲୋ-ଭୋଲ୍ଟେଜ ଏକ ଗୁରୁତର ସମସ୍ୟା ଦୀର୍ଘ ଦିନ ହେଲା ରହି ଆସିଥିବାବେଳେ ଏହାର ସ୍ଥାୟୀ ସମାଧାନ କରିଛି ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଯୌଥ ଉଦ୍ୟାଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ)।
ଟିପିଏନଓଡିଏଲ ପକ୍ଷରୁ ଲୋ-ଭୋଲ୍ଟେଜ ସମସ୍ୟା ଥିବା ବିଭିନ୍ନ ଅଞ୍ଚଳରେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି।
ଯାଜପୁର ଜିଲ୍ଲା କୁଆଖିଆ ଡିଭିଜନ ଅନ୍ତର୍ଗତ ପାନ୍ତୁରି ଅଞ୍ଚଳର ଥିବା ୧୬ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରକୁ ୧୦୦ କେଭିରେ ପରିବର୍ତ୍ତନ କରାଯାଇଥିବାବେଳେ ନେଉଳପୁର ଅଞ୍ଚଳର ୧୦୦କେଭି ବିଦ୍ୟୁତ ଟ୍ରାନ୍ସଫର୍ମରର କ୍ଷମତାକୁ ୨୫୦ କେଭିକୁ ବୃଦ୍ଧି କରାଯାଇଛି।
ଅନୁରୂପ ଭାବେ ବାରିପଦା ଅନ୍ତର୍ଗତ ରଘୁନାଥପୁରରେ ୧୦୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର କ୍ଷମତାକୁ ୨୫୦ କେଭିକୁ ବୃଦ୍ଧି କରାଯାଇଥିବାବେଳେ ଭଦ୍ରକ ସାଉଥ ଡିଭିଜନ ଅନ୍ତର୍ଗତ ଆଖୁଆପଦାରେ ୧୦୦ କେଭି ବିଦ୍ୟୁତ ଟ୍ରାଂସଫରମର କ୍ଷମତାକୁ ୨୫୦ କେଭିକୁ ବୃଦ୍ଧି କରାଯାଇଛି।
ସେହିପରି ରାଇରାଙ୍ଗପୁର ଡିଭିଜନ ଅନ୍ତର୍ଗତ ଉପରବେଢା ଓ କଣ୍ଟାବଣିରେ ଦୁଇଟି ୨୫କେଭି ବିଦ୍ୟୁତ ଟ୍ରାନ୍ସଫର୍ମର କ୍ଷମତାକୁ ୧୦୦ କେଭିକୁ ବୃଦ୍ଧି କରାଯିବା ସହ କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ୧୦୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରକୁ ପରିବର୍ତ୍ତନ କରି ୨୫୦ କେଭିକୁ ବୃଦ୍ଧି କରାଯାଇଛି।
ଏଣିକି ଏହି ଟ୍ରାନ୍ସଫର୍ମରଗୁଡ଼ିକ ଅଧିକ କ୍ଷମତାସମ୍ପର୍ଣ୍ଣ ହେବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ଲୋ-ଭୋଲ୍ଟେଜ ସମସ୍ୟା ଦୂର କରିବାରେ ସକ୍ଷମ ହେବ। ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ବହୁ ଦିନର ସମସ୍ୟା ମଧ୍ୟ ଦୂର ହେବ।
ଖାଲି ସେତିକି ନୁହଁ, ସୁରକ୍ଷାକୁ ଦୃଷ୍ଟିରେ ରଖି ଟିପିଏନଓଡିଏଲ ପକ୍ଷରୁ ପୂର୍ବରୁ ଥିବା ପୁରୁଣା ବାଡ଼କୁ ପରିବର୍ତ୍ତନ କରାଯାଇ ନୂତନ ପାଚେରୀ ନିର୍ମାଣ କରାଯାଇଛି।
ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ଟିପିଏନଓଡିଏଲ ସର୍ବଦା ପ୍ରୟାସରତ ଥିବାବେଳେ ବିଗତ କିଛି ଦିନ ମଧ୍ୟରେ ଭିତ୍ତିଭୂମିଗୁଡିକରେ ଅନେକ ପରିବର୍ତ୍ତନ କରାଯାଇଛି। ଟିପିଏନଓଡିଏଲ ବିଦ୍ୟୁତ ସେବା ବିତରଣ ଜିଲ୍ଲାଗୁଡିକରେ ଉପଭୋକ୍ତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରୁଛି।

Related Posts

Seo wordpress plugin by www.seowizard.org.