Odisha News

ଆଜି ଠାରୁ ଆରମ୍ଭ ଅଣ୍ଡର ୧୭ ମହିଳା ଫିଫା ବିଶ୍ବକପ: କମ୍ପିବ କଳିଙ୍ଗ ଷ୍ଟାଡିୟମ,ପାର୍କିଂ ଟ୍ରାଫିକକୁ ଗୁରୁତ୍ଵ

୧୧/୧୦ : ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ । ଆରମ୍ଭ ହେଉଛି ୧୭ ବର୍ଷରୁ କମ ମହିଳା ଫିଫା ବିଶ୍ବକପ ଫୁଟବଲ । ବିଶ୍ବକପ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ଏଥିସହିତ ୫ଟି ସଚିବ ଭିକେ ପାଣ୍ଡିଆନ, ୩ କେନ୍ଦ୍ରମନ୍ତ୍ରୀ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି ।
ବିଶ୍ବକପରେ ଆୟୋଜକ ଭାରତ ସମେତ ବିଶ୍ବର ବଛାବଛା ୧୬ଟି ଟିମ୍ ଏହି ବିଶ୍ବକପ୍ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଭୁବନେଶ୍ବର ସମେତ ଗୋଆ ଓ ମହାରାଷ୍ଟ୍ରରେ ମ୍ୟାଚ ଗୁଡିକ ଖେଳାଯିବ । ଅକ୍ଟୋବର ୧୧, ୧୪ ଓ ୧୭ ତାରିଖ ମୋଟ୍ ୬ଟି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।
କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ଅପରାହ୍ନ ୪.୩୦ରେ ମରୋକ୍କୋ-ବ୍ରାଜିଲ୍ ମୁକାବିଲା ହେବ । ଏହା ପରେ ରାତି ୮ରେ ଶକ୍ତିଶାଳୀ ଆମେରିକାକୁ ଭେଟିବ ଭାରତ । ଆମେରିକାର ମହିଳା ଫୁଟବଲ ଟିମ୍ ରାକିଙ୍ଗରେ ୧ ନମ୍ବର ସ୍ଥାନରେ ଥିବାବେଳେ ଭାରତୀୟ ମହିଳା ଦଳ ବିଶ୍ବ ରାଙ୍କିଙ୍ଗରେ ୫୮ସ୍ଥାନରେ ରହିଛି । ଭାରତର ମହିଳା ଟିମ୍ ପ୍ରଥମ ଥର ପାଇଁ ଏହି ବଡ ଚାମ୍ପିୟାନସିପ୍ ରେ ଭାଗ ନେଉଛି ।
କେବଳ କଳିଙ୍ଗ ଷ୍ଟାଡିୟମ ନୁହେଁ, ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଗୋଆର ପଣ୍ଡିତ ଜବାହରଲାଲ୍ ନେହରୁ ଷ୍ଟାଡିୟମ୍ ରେ ଏହି ପ୍ରତିଯୋଗିତା ଖେଳାଯିବ। ଏଥିସହିତ ନଭି ମୁମ୍ବାଇରେ ମଧ୍ୟ ୧୭ବର୍ଷରୁ କମ୍ ମହିଳା ବିଶ୍ବକପର ମ୍ୟାଚ୍ ଚାଲିବ । ଆସନ୍ତା ୩୦ତାରିଖରେ ନଭି ମୁମ୍ବାଇରେ ଫାଇନାଲ ମ୍ୟାଚ ଖେଳାଯିବ ।
ସେପଟେ ଭୁବନେଶ୍ବରରେ ମହିଳା ବିଶ୍ବକପ ପାଇଁ କମିଶନରେଟ ପୋଲିସ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରିଛି । ସିସିଟିଭି ସମେତ ଚାରିସ୍ତରୀୟ ସୁରକ୍ଷା ବଳୟରେ କଳିଙ୍ଗ ଷ୍ଟାଡ଼ିୟମ ରହିଛି । ଷ୍ଟାଡ଼ିୟମ ଭିତରେ ସାଧା ପୋଷାକରେ ପୋଲିସ ମୁତୟନ ରହିବେ । ପାର୍କିଂ ଓ ଟ୍ରାଫିକକୁ ଗୁରୁତ୍ଵ ଦିଆଯାଇଛି । ୬ ଅତିରିକ୍ତ ଡ଼ିସିପି, ୧୪ଜଣ ଏସିପି, ୩୦ ଇନସପେକ୍ଟରଙ୍କ ସମେତ ୧୫ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ଶାନ୍ତିଶୃଖଂଳାରେ ବିଶ୍ବକପ୍ର ମ୍ୟାଚ ଗୁଡିକ ପରିଚାଳନା ପାଇଁ କମିସନରେଟ ପୋଲିସ ସଂମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି ।

Related Posts

Seo wordpress plugin by www.seowizard.org.