Odisha News

ନୟାଗଡ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ଜିଲ୍ଲାପାଳଙ୍କ ଦ୍ୱାରା ପ୍ରକାଶିତ

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୬/୧: ନୟାଗଡ ଜିଲ୍ଲା ସମସ୍ତ ନିର୍ବାଚନ ମଣ୍ଡଳୀର ନୟାଗଡ଼ ଜିଲ୍ଲାରେ ଥିବା ଚାରିଗୋଟି ନିର୍ବାଚନ ମଣ୍ଡଳୀ ଯଥା ନୟାଗଡ଼, ଖଣ୍ଡପଡା, ଦଶପଲ୍ଲା ଓ ରଣପୁର ନିର୍ବାଚନ ମଣ୍ଡଳୀର ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଛି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଚୁଡାନ୍ତ ଭୋଟର ତାଲିକାକୁ ପ୍ରକାଶିତ କରିଛନ୍ତି । ରଣପୁର ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୦୧୭୫୩ ଜର ଭୋଟର ରହିଥିବା ବେଳେ ଖଣ୍ଡପଡ଼ାରେ
୧୭୮୬୯୨ ଭୋଟର ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ୧୮୪୧୪୮ ଭୋଟର ରହିଛନ୍ତି । ସେହିପରି ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ୨୧୨୩୬୩ ଭୋଟର ରହିଥିବା ଜଣା ପଡିଛି । ଜିଲ୍ଲାରେ ମୋଟ ୭୭୬୯୫୬ ଭୋଟର ରହିଛନ୍ତି । ସେଥ୍ ମଧ୍ୟରୁ ଜିଲ୍ଲାରେ ମୋଟ ୪୦୮୪୪୨ ପୁରୁଷ ଭୋଟର ଥିବାବେଳେ ୩୬୮୪୬୬ ମହିଳା ଭୋଟର ରହିଛନ୍ତି ।ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ।
ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । ଏହା ସହିତ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ସହାୟକ ଜିଲ୍ଲାପାଳ ଶୁଭସ୍ନିଗ୍ଧା ସେଠୀ, ସୁଚନା ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଅନୀତା ରାଓ ଓ ଦିଲ୍ଲୀପ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

Related Posts

Seo wordpress plugin by www.seowizard.org.