Odisha News

ତାତିରେ ଲାଗିବ ସାମାନ୍ୟ ବ୍ରେକ; ୨୧ରୁ ବର୍ଷା

ଭୁବନେଶ୍ୱର,୧୯/୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟରେ ୨୦ ତାରିଖ ବେଳରୁ ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୧ ଓ ୨୨ ତାରିଖରେ ଉପକୂଳ ଓ ଉତ୍ତର ଓ କାଳବୈଶାଖୀ ସହ ବର୍ଷା ଓ ପବନ ହେବାର ସମ୍ଭାବନା ଅଛି।
ଅସହ୍ୟ ତାତିରେ ସିଜୁଛି ଓଡ଼ିଶା। ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକର ହୋଇପଡୁଛି। ଆଜି ସାଢେ ୮ଟା ସୁଦ୍ଧା ପାରଦ ୩୫ ଡିଗ୍ରୀ ଛୁଇଁଛି। ତାଳଚେର ସବୁଠୁ ଉତ୍ତପ୍ତ ସହ ପାଲଟିଛି। ତାଳଚେରରେ ତାପମାତ୍ରା ୩୫ ଡିଗ୍ରୀ, ଭବାନୀପାଟଣା ୩୪.୫ଡିଗ୍ରୀ, ଟିଟିଲାଗଡ ୩୩.୪ଡିଗ୍ରୀ, ଝାରସୁଗୁଡା ୩୩ ଡିଗ୍ରୀ, ବାରିପଦା ୩୩, ବାଲେଶ୍ୱର ୩୨.୨ ଡିଗ୍ରୀ ଓ ଭୁବନେଶ୍ୱରରେ ୩୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Related Posts

Seo wordpress plugin by www.seowizard.org.