Odisha News

ବାତ୍ୟା ହେବ ନାହିଁ, କିନ୍ତୁ ଆମେ ପ୍ରସ୍ତୁତ ଅଛୁ: ସ୍ବତନ୍ତ୍ର ରିଲିଫ୍ କମିସନର

ଭୁବନେଶ୍ୱର,୧୯/୮: ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଘନୀଭୂତ ହୋଇ ଆଜି ସାଢେ ୧୧ଟାରେ ଏକ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଏବେ ବାଲେଶ୍ୱରଠୁ ପ୍ରାୟ ୨୦୦ କିମି ଦୂରରେ ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି।
ଦୀଘା ପାଖରୁ ପ୍ରାୟ ୧୪୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଏହା ପ୍ରଭାବରେ ଆଜି ଉତ୍ତର ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ହେବ। ତେବେ ବାତ୍ୟାର ସମ୍ଭାବନା ନାହିଁ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ।
ଆଜି ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଗଭୀର ଅବପାତ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ବାଙ୍ଗଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କିମି ରହିଛି। ବେଳେବେଳେ ଘଣ୍ଟା ପ୍ରତି ୭୫ କିମି ବେଗରେ ପବନ ପ୍ରବାହିତ ହେଉଛି।
ଏହା କ୍ରମଶଃ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଏହା ଆଜି ସନ୍ଧ୍ୟାରେ ପଶ୍ଚିମବଙ୍ଗ ଉପକୂଳ ଓ ବାଙ୍ଗଲାଦେଶ ଉପକୂଳକୁ ବାଲେଶ୍ୱର ଓ ସାଗର ଦୀପ ମଧ୍ୟରେ ଅତିକ୍ରମ କରିବ।
ଆଜି ପବନର ବେଗରେ ସେତିକି କିଛି ଫରକ ପଡ଼ିବ ନାହିଁ। ଆସନ୍ତାକାଲି ଏହା ଧୀରେ ଧୀରେ କମିବ। ଫଳରେ ୪୦ରୁ ୫୦ କିମି ବେଗରେ ଘଣ୍ଟା ପ୍ରତି ପବନ ବୋହିବ। ଏହା ପ୍ରଭାବରେ ଆସନ୍ତା କାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ତେଣୁ ଆସନ୍ତାକାଲି ଦ୍ୱିପ୍ରହର ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ସବୁ ବନ୍ଦର ପାଇଁ ୩ ନମ୍ବର
ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜର କିଛି ଅଞ୍ଚଳରେ ପବନ ବେଗ ଆଜି ମଧ୍ୟରାତ୍ରି ପର‌୍ୟ୍ୟନ୍ତ ୫୫ରୁ ୬୫ କିମି ପର୍ଯ୍ୟନ୍ତ ରହିବ। ତା‘ ପରେ ବେଗ କମିବ। ପଶ୍ଚିମବଙ୍ଗରେ ଚବିଶପ୍ରଗଣା ଜିଲ୍ଲାରେ ପବନ ବେଗ ସର୍ବାଧିକ ୫୫-୬୫ କିମି ରହିବ।
ଗଭୀର ଅବପାତ ଯୋଗୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ଧୀରେ ଧୀରେ ଉତ୍ତର ଓଡ଼ିଶା ଜିଲ୍ଲାରେ ଏହାର ପରିମାଣ ବଢ଼ିବ। ଗଭୀର ଅବପାତ ଉପକୂଳ ଆଡ଼କୁ ମୁହାଁଇଲେ ଉତ୍ତର ଓଡ଼ିଶା ନିକଟସ୍ଥ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଦେଇ, ଛତିଶଗଡ଼ ଆଡ଼କୁ ଗତି କରିବ। ଏହା ପ୍ରଭାବରେ ଆଜି ସବୁଠୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ବର୍ଷାର ପରିମାଣ କମିଯିବ।
ଆଜି ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ହେବ। ଆସନ୍ତାକାଲି ଉତ୍ତର-ପଶ୍ଚିମ ଓଡ଼ିଶା ଜିଲ୍ଲା ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ଫୁଲବାଣୀ, ବୌଦ୍ଧ, ବରଗଡ଼ରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଅଞ୍ଚଳରେ ଆଜି ପବନ ସହ ବର୍ଷା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।
ଛତିଶଗଡ଼ରେ ଆଜି ପ୍ରବଳ ବର୍ଷା ଓ ଆସନ୍ତାକାଲି ଅତି ପ୍ରବଳ ବର୍ଷା ହେବ। ଓଡ଼ିଶାରେ ଆଜି ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଗଭୀର ଅବପାତ ଉପକୂଳ ଅତିକ୍ରମ କରିବା ପରେ ଧୀରେ ଧୀରେ ଦୁର୍ବଳ ହେବ। ଏହା ପ୍ରଭାବରେ ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ମହାନଦୀ ଅବବାହିକାରେ ଅତି ପ୍ରବଳ ବର୍ଷା ହୋଇପାରେ।

Related Posts

Seo wordpress plugin by www.seowizard.org.