Odisha News

ନିଖୁଣ ଚିତ୍ରକଳାର ଯାଦୁକର ପ୍ରାଚୀ ଦାସ

12-year-old Prachi Das wows world with wonderful paintaings

By Mamata Sahoo

ମନରେ କୌଣସି ଭାବନା ଆସିଲେ ସେ ବସି ପଡନ୍ତି ତାହାକୁ ଚିତ୍ର ରୂପ ଦେବାକୁ  I ତାଙ୍କ ହାତର ଯାଦୁକାରୀ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯାନ୍ତି I ବିଭିନ୍ନ ପ୍ରକାର ପ୍ରାକୃତିକ ଦୃଶ୍ୟ ରାଜିକୁ ତୁଳି ଓ ରଙ୍ଗରେ ଅତି ନିଖୁଣ ଭାବରେ ଆଙ୍କି ଦିଅନ୍ତି ଛବିଟିଏ I ଯାହାକୁ ଦେଖିଲେ ଜୀବନ୍ତ ଲାଗେ I ଚିତ୍ରକଳାରେ ଏଭଳି ସଫଳତା ପାଇଥିବା ଯାଦୁକର ହେଲେ ପ୍ରାଚୀ ଦାସ I

ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ I ଠିକ ସେହି ପରି ନିଜର ପ୍ରତିଭା ବଳରେ ସେ ସ୍ଥାନୀୟ ଅଞ୍ଚଳରେ ତଥା ସ୍କୁଲରେ ସୃଷ୍ଟି କରିପାରିଛନ୍ତି ଏକ ଭିନ୍ନ ପରିଚୟ I କୌଣସି  ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପୂର୍ବରୁ ସେ ମନରେ କେବେ ହାରଜିତର ଭାବନା ଆଣି ନଥାନ୍ତି I ୧୨ ବର୍ଷ ବୟସ୍କା ପ୍ରାଚୀ ଭୁବନେଶ୍ୱରସ୍ଥିତ ସେଣ୍ଟ ଜୋସେଫ ହାଇସ୍କୁଲରେ ଷ୍ଟାଣ୍ଡାର୍ଡ – ୭ମ ରେ ଅଧ୍ୟାୟନରତ I

Prachi Das

 ପାଠପଢାଠୁ ଆରମ୍ଭ କରି ବିଭିନ୍ନ ପ୍ରତିଯୋଗିତାରେ ସେ ସବୁଥିରେ ଆଗୁଆ I ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ପ୍ରଂଶନୀୟ ହୋଇପାରିଛନ୍ତି ପ୍ରାଚୀ I ତୁଳସୀ ଦୁଇ ପତ୍ରରୁ ବIସିଲା ଭଳି ତାଙ୍କ ପ୍ରତିଭାର ପରିଚୟ ମିଳିଥିଲା ପିଲାଟି ଦିନରୁ I ମାତ୍ର ଛଅ ବର୍ଷ ବୟସରୁ ସେ ଆରମ୍ଭ କରିଥିଲେ ଚିତ୍ରାଙ୍କନ I ସ୍କୁଲ ବ୍ୟତୀତ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଚିତ୍ରାଙ୍କନ ବ୍ୟତୀତ ଇଂଲିଶ ଅଲମ୍ପିଆଡ , ସାଧାରଣ ଜ୍ଞାନ ଅଲମ୍ପିଆଡ , ବିଜ୍ଞାନ ଅଲମ୍ପିଆଡ ଓ creative writing  ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି ପ୍ରାଚୀ I ” ଯେଉଁ ପୁରସ୍କାର ଗୁଡିକ ପାଇଛି ତାହା ମୋତେ ଆଗକୁ ବଢିବା ଲାଗି ଯଥେଷ୍ଟ ପ୍ରେରଣା ଯୋଗାଇଛି ” ବୋଲି କୁହନ୍ତି ଅଲରାଉଣ୍ଡର ପ୍ରାଚୀ I

                ପ୍ରାଚୀ ଜଣେ ଶାନ୍ତ ସ୍ଵଭାଵର ଝିଅ ହେବା ସହ ମିଷ୍ଟଭାଷୀ ଓ ପରୋପକାରୀ ଭାବେ ଜଣାଶୁଣା I ଅବସର ପାଇଲେ ଗୀଟାର ବଜାଇବା ସହ ଗପ ବହି ପଢିବା ଓ ଲେଖା ଲେଖି କରିବା ତାଙ୍କର ରୁଚି  I ନିଜର ସଫଳତା ପାଇଁ  ମା’ ସନ୍ଧ୍ୟା ମହାନ୍ତିଙ୍କ ପ୍ରେରଣା ଓ ସ୍କୁଲର ଗୁରୁଙ୍କ ଉତ୍ସାହିତକୁ ଶ୍ରେୟ ମନେ କରନ୍ତି ପ୍ରାଚୀ I

Related Posts

Seo wordpress plugin by www.seowizard.org.