Odisha News

କମୁଛି ହୀରାକୁଦର ଜଳସ୍ତର, ବନ୍ଦ ହେଲା ଜଳଭଣ୍ଡାରର ୧୦ ଗେଟ୍

ସମ୍ବଲପୁର,୮/୮: ବନ୍ୟା ଜଳ ପ୍ରବେଶ ହ୍ରାସ ପାଇଥିବାରୁ ହୀରାକୁଦ ଡ୍ୟାମର ୧୦ଟି ସ୍ଲୁଇସ୍ ଗେଟ୍ ବନ୍ଦ ହୋଇଥିବା ଜଣାଯାଇଛି। ବାମ ପଟରୁ ୭ ଓ ଡାହାଣ ପଟରୁ ୩ଟି ଗେଟ୍ ବନ୍ଦ ସୂଚନା ମିଳିଛି।
ଏବେ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ପୂର୍ବରୁ ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା ।
ତେବେ ଜଳସେଚନ ନିମନ୍ତେ ବରଗଡ଼ ମୁଖ୍ୟ କେନାଲରେ ୧ ହଜାର କ୍ୟୁସେକ୍, ଶାସନ ମୁଖ୍ୟ କେନାଲରେ ୩୨୦ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୬୮ କ୍ୟୁସେକ୍ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନକୁ ୨୫୧ କ୍ୟୁସେକ୍ ଯୋଗାଇ ଦିଆଯାଉଛି।
ବେଲଗାଁରେ ୧୩,୨୦୦ କ୍ୟୁସେକ୍, ପର୍ଥଲାରେ ୫୫,୧୧୯ କ୍ୟୁସେକ୍, ଖଇରମାଲରେ ୪,୩୦,୦୦୦ କ୍ୟୁସେକ୍, ବରମୂଳଠାରେ ୪,୭୨,୦୦୦ କ୍ୟୁସେକ୍ ଓ ମୁଣ୍ଡଳୀରେ ୩,୪୭,୪୮୨ କ୍ୟୁସେକ୍ ପାଣି ମହାନଦୀରେ ପ୍ରବାହିତ ହେଉଥିଲା।

Related Posts

Seo wordpress plugin by www.seowizard.org.