Odisha News

ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁର ତଦନ୍ତ କରିବ ସିବି-ସିଆଇଡି

ରାୟଗଡ଼ା/ଭୁବନେଶ୍ବର,୨୭/୧୨: ରାୟଗଡ଼ା ହୋଟେଲରେ ୨ ଜଣ ଋଷିୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ତଦନ୍ତରେ ସହଯୋଗ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି।
କ୍ରାଇମବ୍ରାଞ୍ଚ ଜିଲ୍ଲା ପୁଲିସକୁ ତଦନ୍ତରେ ସହଯୋଗ କରିବ। ଋଷୀୟ ପର୍ର୍ଯ୍ୟ୍ୟଟକଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା, ସେନେଇ କ୍ରାଇମବ୍ରାଞ୍ଚ ସହଯୋଗ କରିବ। ଦରକାର ପଡ଼ିଲେ କ୍ରାଇମବ୍ରାଞ୍ଚ ପୂରା ଘଟଣାର ତଦନ୍ତ କରିବ।
ଋଷୀୟ ସାଂସଦ ପାଭେଲ ଆଣ୍ଟୋଭଙ୍କ ସହ ୨ ଜଣଙ୍କ ମୃତ୍ୟୁ ଘଟଣାରେ ଦକ୍ଷିଣ-ପଶ୍ଚିମ ଡିଆଇଜି ରାଜେଶ ପଣ୍ଡିତ ହୋଟେଲରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ରାୟଗଡ଼ା ଏସ୍ପି ବିବେକାନନ୍ଦ ଶର୍ମା ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି।
ଡିଆଇଜି ଶ୍ରୀ ପଣ୍ଡିତ କହିଛନ୍ତି ଯେ, ତଦନ୍ତ ଚାଲିଛି। ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୋଷ୍ଟମର୍ଟମ ବେଳର ଭିଡିଓ ରେକର୍ଡିଂ କରାଯାଇଛି। ମାଜିଷ୍ଟ୍ରେଟ୍ଙ୍କ ସାମ୍ନାରେ ଇନ୍କୁଏଷ୍ଟ କରାଯାଇଛି। ତଦନ୍ତ କରି ତଥ୍ୟ ସାମ୍ନାକୁ ଆଣିବୁ।
ସୂଚନାଯୋଗ୍ୟ, ଗତ ୨୧ ତାରିଖରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରୁ ରାୟଗଡ଼ା ଆସିଥିଲେ। ୪ ବିଦେଶୀ ପର‌୍ୟ୍ୟଟକ ସାଇ ଇଣ୍ଟର ନ୍ୟାସନାଲ ହୋଟେଲର ୨୦୩ ନଂ ରୁମରେ ରହିଥିଲେ।
ସେମାନଙ୍କର ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଅବଶିଷ୍ଟ ୨ ଜଣ ପର୍ଯ୍ୟଟକଙ୍କୁ ସ୍ଥାନୀୟ ପୁଲିସ ପଚରାଉଚରା କରିଛି। ପୁଲିସର ଜେରା ପରେ ଋଷୀୟ ଦଂପତି ହୋଟେଲ ଛାଡ଼ିଛନ୍ତି। ତାଙ୍କ ସହିତ ଟୁର ଗାଇଡ୍ ମଧ୍ୟ ହୋଟେଲ ଛାଡିଛନ୍ତି। ସେମାନେ ରାୟଗଡାରୁ ଭୁବନେଶ୍ବର ଦେଇ ନିଜ ଦେଶକୁ ଫେରିଯିବାକୁ ଯୋଜନା ରଖିଛନ୍ତି।

Related Posts

Seo wordpress plugin by www.seowizard.org.