Home Posts tagged Sambalpur
Odisha News
କୋଇଡ଼ା, ୯/୫: ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରୁ ଚମ୍ପଟ ମାରିଥିବା ଦିବ୍ୟାଙ୍ଗ ରୋଗୀଙ୍କ ମୃତ ଦେହ ଡ୍ରେନ୍ ପାର୍ଶ୍ବରୁ ଉଦ୍ଧାର କରାଯାଇଛି। ରୋଗୀ ଜଣକ ୩ ଦିନ କୋଇଡ଼ା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ସେ ଲୁଚି କାହାକୁ କିଛି ନ ଜଣାଇ ହସ୍ପିଟାଲରୁ ପଳାଇଥିଲେ।ଗୁରୁବାର ତାଙ୍କ ମୃତଦେହ ଡିଡିଏମ୍ କାର‌୍ୟ୍ୟାଳୟ ନିକଟରେ ପଡ଼ି ରହିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।Continue Reading
Odisha News
ସମ୍ବଲପୁର, ୨୬/୪ : ଘରେ ପଶି ଜଣେ ବ୍ୟକ୍ତି ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଦଲକିବାହାଲ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।ମୃତକ ହେଲେ ପୂର୍ଣ୍ଣିମା ପିଙ୍ଗ୍ ଓ ତାଙ୍କ ଦେଢବର୍ଷର ପୁଅ ୟେଂଶୁ ପିଙ୍ଗ୍। ପୁଲିସ ଅଭିଯୁକ୍ତ ଲୋଚନ ପିଙ୍ଗକୁ ଅଟକ ରଖିଛି।ଲା ପରେ ପୂର୍ଣ୍ଣିମାଙ୍କ ପାଖରେ ଶୋଇଥିବା ଛୋଟ ପୁଅ ୟେଂଶୁ କାନ୍ଦିବାରୁ ତାଙ୍କୁ Continue Reading
Odisha News
ସମ୍ବଲପୁର , ୨୩/୪: ସମ୍ବଲପୁରରେ ବିଜେଡିକୁ ବଡ଼ ଝଟକା ଦେଲେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ। ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ।ସେ ନିଜର ଇସ୍ତଫା ପତ୍ର ଦଳି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଦୀର୍ଘ ଦିନ ଧରି ସେ ବିଜେଡିରେ ଅଣଦେଖା କରାଯାଉଥିବାରୁ ଏବଂ ଚଳିତ ଥର ତାଙ୍କୁ ବିଜେଡି ଟିକେଟ ନ ଦେବାରୁ ସେ ଇସ୍ତଫା ଦେଇଥିବା ଜଣାଯାଇଛି।ସେ ସମ୍ବଲପୁର Continue Reading
Odisha News
ସମ୍ବଲପୁର,୨୫/୩: ସମ୍ବଲପୁର ପୋଲିସ ଏକ ବଡ଼ ଧରଣର କଫସିରପ ରାକେଟର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି। ସଦରଥାନା ପୋଲିସ ନିଲଡୁଙ୍ଗରିରୁ ୪୫ଟି ପେଟିରେ ୧୮୦ ମିଲିଲିଟର ବିଶିଷ୍ଟ ପ୍ରାୟ ୧୦ ହଜାର ୮ଶହ(୧୦୮୦ ଲିଟର) ନିଷିଦ୍ଧ କଫସିରପ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏହି ସମ୍ପର୍କରେ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ସୂଚନା ଦେଇଛନ୍ତି। ସେ Continue Reading
Odisha News
ସମ୍ବଲପୁର, ୨୪/୩: ହୀରାକୁଦରେ ଝାଡାବାନ୍ତି ବ୍ୟାପିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ୨ଜଣିଆ ବିଶେଷଜ୍ଞ ଦଳ ହୀରାକୁଦ ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି। ଏହି ୨ଜଣିଆ ଟିମ୍ ପ୍ରଥମେ ହୀରାକୁଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଂଚି ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ଓ୍ବାର୍ଡ ଯାଇ ଭର୍ତ୍ତି ଥିବା ଆକ୍ରାନ୍ତଙ୍କ ସହ ଆଲୋଚନା କରିଛନ୍ତି।ଖବର ଲେଖାଯିବା ପର‌୍ୟ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ଟପିଥିବା ସରକାରୀ ସୂତ୍ରରୁ ସୂଚନା Continue Reading
Odisha News
ହୀରାକୁଦ, ୨୩/୩: ସମ୍ବଲପୁର ଜିଲ୍ଲା ହୀରାକୁଦରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ଜଣ ହୀରାକୁଦ ମେଡିକାଲରେ ଚିକିତ୍ସତ ହେଉଛନ୍ତି।ଗତକାଲି ୪୨ଜଣ ହୀରାକୁଦ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ସେମାନଙ୍କ ମଧ୍ୟରୁ କେତେକ ଗୁରୁତରଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ସକାଳେ ଜଣେ ରୋଗୀଙ୍କର ପ୍ରାଣହାନି ଘଟିଛି।ଦୂଷିତ ପାନୀୟ ଜଳ ଯୋଗାଣ କାରଣରୁ ଡାଇରିଆ ବ୍ୟାପିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ Continue Reading
Top Stories
ସମ୍ବଲପୁର, ୧୫/୩: ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ହୋଇଥିବା ଜଣାଯାଇଛି। ତାଙ୍କ ପିଏସଓ ବି ଆହତ ହୋଇଛନ୍ତି।ଭୁବନେଶ୍ୱରରୁ ବରଗଡ଼ ଫେରିବା ବେଳେ ରେଢ଼ାଖୋଲ ନିକଟ ଲୁହାପଙ୍କ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା। ଏହି ସମୟରେ ଏକ ଆମ୍ବୁଲାନ୍ସ ଆସୁଥିଲା। ସେହି ଗାଡ଼ି ଚାଳକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଉଦ୍ଧାର କରି ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନାକୁ ନେଇଥିଲେ। ତାପରେ ବିଜେଡି Continue Reading
Odisha News
ସମ୍ବଲପୁର, ୧/୩: ସ୍ଵାଧୀନତାର ୭୬ ବର୍ଷ ପରେ ବି ଗାଁକୁ ରାସ୍ତା ଖଣ୍ଡିଏ ନାହିଁ। କେହି ଅସୁସ୍ଥ ହେଲେ ଗାଁ ଭିତରକୁ ଆମ୍ବୁଲାନ୍ସ ବି ପଶିପାରୁନି। ଫଳରେ ରୋଗୀଙ୍କୁ ବୋହି ସମ୍ପର୍କୀୟ ଓ ଆମ୍ବୁଲାନ୍ସ କର୍ମଚାରୀ ଅଗମ୍ୟ ରାସ୍ତାରେ ଆସିବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚୁଛନ୍ତି।ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଯୁଯୁମୁରା ପଞ୍ଚାୟତ ମହାଜନନାଲିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗ୍ରାମର ସୁଲୁଗା ଲୁଗୁନଙ୍କ ପତ୍ନୀ ସଞ୍ଜିତା ଲୁଗୁନ (୩୦) ହଠାତ୍ ଅସୁସ୍ଥ Continue Reading
Odisha News
ବୁର୍ଲା, ୨୯/୨ : ବିଶୃଙ୍ଖଳିତ ଆଚରଣ ପାଇଁ ଚାକିରିରୁ ବହିଷ୍କୃତ ହେଲେ ବୁର୍ଲା ଭିସୁଟର ସହକାରୀ ଅଧ୍ୟାପକ । ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ସହକାରୀ ଅଧ୍ୟାପକ ଶିବ ପ୍ରସାଦ ପାଣିଗ୍ରାହୀଙ୍କୁ ବାହାରର ରାସ୍ତା ଦେଖାଇଛନ୍ତି ଭିସୁଟ କର୍ତ୍ତୃପକ୍ଷ ।ବିଶ୍ୱବିଦ୍ୟାଳୟର ବୋର୍ଡ ମ୍ୟାନେଜମେଣ୍ଟ ବୈଠକ ପରେ ଏହି ପଦକ୍ଷପ ଗ୍ରହଣ କରାଯାଇଛି।ସହକାରୀ ଅଧ୍ୟାପକ ଶିବ ପ୍ରସାଦ ପାଣିଗ୍ରାହୀ ସୋଶାଲ ମିଡିଆରେ ଭିସୁଟ କର୍ତ୍ତୃପକ୍ଷଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ Continue Reading
Odisha News
ସମ୍ବଲପୁର, ୨୮/୨ : ରାଜ୍ୟରେ ତେଜୁଛି NACଦାବି ନିଆଁ । ବିଭିନ୍ନ ସ୍ଥାନରେ NAC ମାନ୍ୟତା ନେଇ ଦାବି ଉଠିଛି।ଏନେଇ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି। ଏହି କ୍ରମରେ ସମ୍ବଲପୁର ଜିଲ୍ଲା ବାମରାକୁ ଏନଏସି ଘୋଷଣା ଦାବିରେ ବନ୍ଦ ପାଳନ କରାଯାଇଛି। ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ଏନଏସି ଘୋଷଣା କରା ନଯିବାକୁ ନେଇ ସ୍ଥାନାୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।ରାଜ୍ୟ ସରକାରଙ୍କ ୩୫ ନୂଆ NAC ଘୋଷଣା ଘୋଷଣା କରିଥିବା […]Continue Reading
Seo wordpress plugin by www.seowizard.org.