ଉପନିର୍ବାଚନ ପାଇଁ ସରଗରମ ଭଦ୍ରକ ରାଜନୀତି

ଭଦ୍ରକ,୩/୧୦: ଆଉ ମାସଟିଏ ମଧ୍ୟରେ ଧାମନଗର ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ହେବ। ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ଉପ ନିର୍ବାଚନ ପାଇଁ ଉପନିର୍ବାଚନ ତାରିଖ ଧାର୍ଯ୍ୟ କରାଯାଇଛି।
କିନ୍ତୁ ଏବେ ୩ ଦଳ କେଉଁ ପାର୍ଥିଙ୍କୁ ନିର୍ବାଚନି ରଣାଅଙ୍ଗନକୁ ଓହ୍ଲାଇବେ ସେନେଇ ଆଲୋଚନା ଏବେ ସରଗରମ ସରଗରମ ରହିଛି। ବିଜେଡି, ବିଜେପି ଓ କଂଗ୍ରେସ ଏଥର ନୂଆ ମୁହଁଙ୍କୁ ପ୍ରାର୍ଥୀ କରିବେ ବୋଲି ଆକଳନ କରାଯାଉଛି। କିନ୍ତୁ ଏହି ଉପନିର୍ବାଚନରେ ବିଧାୟକ ପଦ ଦୌଡ଼ରେ ଅନେକ ଆଶାୟୀ ମଧ୍ୟ ରହିଛନ୍ତି।
ଆଗାମି ନଭେମ୍ବର ୩ ରେ ଧାମନଗରରେ ଉପନିର୍ବାଚନ। କିନ୍ତୁ ଏତେ କମ ସମୟ ମଧ୍ୟରେ ନିର୍ବାଚନ କୁ ନେଇ ସବୁ ଦଳରେ ଅଙ୍କାକଷା ଆରମ୍ଭ ହୋଇଛି। ୩ ପ୍ରମୁଖ ଦଳ ଉପନିର୍ବାଚନରେ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେବେ ବୋଲି ଆଶା କରାଯାଉଛି। କାରଣ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପାର୍ଥି ରାଜେନ୍ଦ୍ର ଦାସ , ବିଷ୍ଣୁ ସେଠୀଙ୍କ ଠାରୁ ପରାସ୍ତ ହୋଇଥିଲେ। ତାଙ୍କ ପୂର୍ବରୁ ଧାମନଗରରୁ ମୁକ୍ତିକାନ୍ତ ମଣ୍ଡଳ ବିଜୟୀ ହୋଇଥିଲେ। କିନ୍ତୁ ଏଥର ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ଭଦ୍ରକ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।
କିନ୍ତୁ ବିଜେଡିର ଏହି ଦୁଇ ପୂର୍ବତନ ବିଧାୟକ ଟିକେଟ ପାଇଁ ବେଶ ଆଶାବାଦୀ ଥିବା ବେଳେ ସେମାନଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। କିନ୍ତୁ ବିଜେପି ୨୦୧୯ ନିର୍ବାଚନ ବେଳର ମାହୋଲ ଓ ବିଜେଡିର କନ୍ଦଳକୁ ନେଇ ଆକଳନ କରୁଛି ଯେ ବିଜେପି ଏଥର ପୁଣି ବିଧାୟକ ପଦ ହାତେଇବ।
ସ୍ବର୍ଗତ ବିଷ୍ଣୁଙ୍କ ସ୍ଥାନରେ ତାଙ୍କ ପୁଅ ସୂର୍ଯ୍ୟବଂଶୀ ଙ୍କୁ ମଧ୍ୟ ଦଳ ଟିକେଟ ଦେଇପାରେ। ସୂର୍ଯ୍ୟବଂଶୀ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ଥିବାବେଳେ ତାଙ୍କର ରାଜନୀତିରେ ରୁଚି ଥିବାରୁ ଏଥର ସେ ଟିକେଟ ପାଇଲେ ଜିତିବେ ବୋଲି ବିଜେପି କହିଛି।
କିନ୍ତୁ ବିଷ୍ଣୁଙ୍କ ମୃତ୍ୟୁର ଖୁବ ଅଳ୍ପ ଦିନ ମଧ୍ୟରେ ଉପନିର୍ବାଚନ ହେବାକୁ ଯାଉଛି। ଏବେ ଠାରୁ ନିର୍ବାଚନ ପାଇଁ ବିଜେଡି ପାଗ ଭିଡ଼ିବା ଆରମ୍ଭ କଲାଣି। ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି ସାଧାରଣ ଜନତାଙ୍କ ସମର୍ଥନ ରହିଛି, ତେଣୁ ଦଳ ନୂଆ ମୁହଁ ଦେଉ କିମ୍ବା ପୁରୁଣା ଦଳ ସୁନିଶ୍ଚିତ ଜିତିବ ବୋଲି ବିଜେଡି ନେତାମାନେ ମତ ଦେଇଛନ୍ତି।
ଅନ୍ୟପଟେ କଂଗ୍ରେସ ଜିଲ୍ଲା ସଭାପତି କହିଛନ୍ତି ଯେ, ଏଥର କଂଗ୍ରେସ ନୂଆ ରୂପରେ ନିର୍ବଚନକୁରେ ଲଢ଼ିବ। ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ଏକ ପର୍ଯ୍ୟବେକ୍ଷକ ଟିମ ଧାମନଗରରେ ସର୍ଭେ କରିଛନ୍ତି ଓ ମାତ୍ର ୨ ରୁ ତିନି ଦିନ ମଧ୍ୟରେ ଦଳ ଧାମନଗର ପାଇଁ ପାର୍ଥିୀ ସ୍ଥିର କରିବ।