Odisha News

ଗଜପତି: ଜିଲ୍ଲାସ୍ତରୀୟ ୨ ଦିନିଆ ସାମୁହିକ କ୍ରୀଡ଼ା ପ୍ରତିଯୋଗିତା ୨୦୨୩-୨୪ ଉଦଘାଟିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୯/୯ : ଗଜପତି ଜିଲ୍ଲା ଗୁମ୍ମାବ୍ଲକ୍ ଅନ୍ତର୍ଗତ ପାଞ୍ଚ-ମାଇଲ ଗ୍ରାମ ସ୍ଥିତ ବିକାଶ ବିଦ୍ୟା ନିକେତନ ଶିକ୍ଷାନୁଷ୍ଠାନର ଖେଳ ପଡିଆ ଠାରେ ଗଜପତି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ସହାୟତାରେ (୧୪ ରୁ ୧୭ ବୟସ\’ରୁ କମ ବାଳକ-ବାଳିକା) ଙ୍କ ଜିଲ୍ଲାସ୍ତରୀୟ ୨ ଦିନିଆ ସାମୁହିକ କ୍ରୀଡ଼ା ପ୍ରତିଯୋଗିତା ୨୦୨୩-୨୪ ଆଜି ଉଦଘାଟିତ ହୋଇଯାଇଛି ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଶିକ୍ଷା ସହିତ କ୍ରୀଡାର ଆବଶ୍ୟକତା ଓ ଗୁରୁତ୍ଵ ଉପରେ କହି କ୍ରୀଡ଼ା ଦ୍ଵାରା ଶରୀର ସୁସ୍ଥ ରହିବା ସହ ମାନସିକ ସ୍ଥିତି ଠିକ୍ ରହିଥାଏ। ।
ବନ୍ଧୁତ୍ବପୂର୍ଣ୍ଣ ମନୋଭାବ ନେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ କହି ନିଷ୍ଠା ଓ ଶୃଙ୍ଖଳିତ ଭାବେ ଯେ କୌଣସି ଖେଳ ଅଭ୍ୟାସ କଲେ ସେ ଜଣେ ଉତ୍ତମ ଓ ସଫଳ ଖେଳାଳି ହୋଇଥାଏ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମୀ ମଣ୍ଡଳ , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ସନ୍ଧ୍ୟା ଶବର , ଯାଜପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ , ମହେନ୍ଦ୍ରଗିରି ପୌର ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ଗୁମ୍ମା ବ୍ଲକ ଏବିଇଓ: ଶ୍ରୀ ଏନ: କ୍ରୀଷ୍ଣା ରାଓ , ବିକାଶ ବିଦ୍ୟା ନିକେତନ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ଅମୂଲ୍ୟ କୁମାରୀ ରଥ ଏବଂ ଶାରିରୀକ ଶିକ୍ଷା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହା ପରେ ମୁଖ୍ୟଅତିଥି ତଥା ଜିଲ୍ଲା ପରିଷଦ ସଭାପତି ଶ୍ରୀ ରାଓ କ୍ରୀଡ଼ା ପତାକା ଉତ୍ତୋଳନ କରିବା ସହ କ୍ରୀଡ଼ା ପ୍ରତିଯୋଗିତା ଶୁଭାରମ୍ଭ ହେବା ଘୋଷଣା କରିଥିଲେ ।
ଉଦଯାପନୀ ତଥା ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ , ଶିକ୍ଷାଧିକାରୀ ଶ୍ରୀ ନୟନ ମଣ୍ଡଳ , ଇଂ ରୁପେଶ ପାଣିଗ୍ରାହୀ , ମହେନ୍ଦ୍ରଗିରି ହାଇସ୍କୁଲ ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ବିକାଶ ବିଦ୍ୟା ନିକେତନ ଶିକ୍ଷାନୁଷ୍ଠାନ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅମୂଲ୍ୟ କୁମାରୀ ରଥ ଏବଂ ଯାଜପୁର ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ସାତ୍ମିକ୍ ପଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ମାନପତ୍ର ବଣ୍ଟନ କରିଥିଲେ ।
ଏହି କ୍ରୀଡ଼ା ପ୍ରତିଯୋଗିତାରେ ୧୪ ଓ ୧୭ ବର୍ଷ ବୟସରୁ କମ ବୟସର ବାଳକ ବାଳିକା ମାନଙ୍କ ପାଇଁ ଖୋ ଖୋ ଓ କବାଡି ସମେତ ଦୌଡ ଓ ଖେଳକୁଦ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଭାରପ୍ରାପ୍ତ ଆଇପିଇ: ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୯୦ ରୁ ଅଧିକ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ କ୍ରୀଡ଼ା ଖେଳ ପ୍ରତିଯୋଗିତା ପରିଚାଳନା ଓ ସହଯୋଗ କରିଥିବା ବେଳେ ୫୫୦ରୁ ଉର୍ଦ୍ଧ୍ବ ବାଳକ ବାଳିକା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।
ଏହି ପ୍ରତିଯୋଗିତାର ଖୋ ଖୋ ୧୭ ବରସରୁ କମ ବୟସର ବାଳକ ବର୍ଗରେ ଗୋଷାଣୀ ବ୍ଲକ୍ ଉଇନର ହୋଇଥିବା ବେଳେ ବାଳିକା ବର୍ଗରେ ଆର: ଉଦୟଗିରି ଉଇନାର , ସେହିଭଳି ୧୪ ବର୍ଷରୁ କମ ବୟସ ବାଳକ ବର୍ଗରେ କାଶୀନଗର ଉଇନର୍ ହୋଇଥିଲେ ।
ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଭାରାପ୍ରାପ୍ତ ଆଇପିଇ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଫିଲ୍ଡ ମାର୍ଷେଲ ଶ୍ରୀ ଏସ: ଲକ୍ଷ୍ମଣ ରାଓଙ୍କ ସମେତ ବରିଷ୍ଠ ପିଇଟି: ଶ୍ରୀ ଅଭିନ୍ନ ବାସୁଦେବ ମିଶ୍ର , ଶ୍ରୀ ଧୀରେନ୍ଦ୍ର କୁମାର ସାମଲ , ଶ୍ରୀ କିଶୋର କୁମାର ସାମଲ , ରେଖାରାଣୀ ଦେଓ , ତପସ୍ଵିନୀ ପଣ୍ଡା , ଦ୍ରୌପଦୀ ମହନ୍ତ ଏବଂ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.