Odisha News

ଆହୁରି ବଢ଼ିଲା ସୁନା ଦର, ୭୩ ହଜାର ଅତିକ୍ରମ କଲା

ନୂଆଦିଲ୍ଲୀ, ୧୨/୪ : ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର। ପ୍ରତି ଦିନ ବଢୁଛି ସୁନା ଦର। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୭୩ ହଜାର ୩୧୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୬୭ ହଜାର ୨୦୦ ଟଙ୍କା ରହିଛି ।
ଗତକାଲି ମଧ୍ୟ ବଜାର ଖୋଲିବା ପରେ ସୁନା ସର୍ବକାଳୀନ ସର୍ବୋଚ୍ଚ ସ୍ତରଛୁଇଁଥିଲା। ସେହିପରି ଆଜି ବଜାର ଖୋଲିବା ବେଳକୁ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୨,୯୬୭ ଟଙ୍କା ଥିଲା ଏବଂ ଏହା ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ରହିଛି । ଆଜି ସୁନା ଏହି ସବୁ ରେକର୍ଡ ଭାଙ୍ଗିଦେଇଛି ।
ଯଦି ଆମେ ୧୦ ଏପ୍ରିଲ ବିଷୟରେ କହିବା ତେବେ ସୁନାର ବନ୍ଦ ମୂଲ୍ୟ ଆଜି ତୁଳନାରେ କମ୍ ଥିଲା । ଏପ୍ରିଲ ୧୦ ରେ ୧୦ ଗ୍ରାମ ସୁନା ମୂଲ୍ୟ ୭୧,୮୨୩ ଟଙ୍କାରେ ଖୋଲି ଥିଲା । ସେହିଦିନ ୧୦ ଗ୍ରାମ ସୁନା ମୂଲ୍ୟ ୭୨,୦୪୮ ଟଙ୍କାରେ ବନ୍ଦ ହୋଇ ଥିଲା ।
ଯଦି ଆମେ ୯୯.୯ ପ୍ରତିଶତ ଶୁଦ୍ଧତାର ୨୪ କ୍ୟାରେଟ ସୁନା ବିଷୟରେ କହିବା ତେବେ ଆଜି ବଜାର ଖୋଲିବା ବେଳକୁ ଏହା ୧୦ ଗ୍ରାମ ପିଛା ୭୨,୯୬୭ ସ୍ତରରେ କାରବାର କରୁଥିଲା । ଯଦି ଆମେ ୨୨ କ୍ୟାରେଟ ସୁନା ଦର ବିଷୟରେ କହିବା ତେବେ ଏହା ୧୦ ଗ୍ରାମ ପିଛା ୬୬,୮୩୮ ଟଙ୍କାରେ କାରବାର କରୁଛି । ଯେଉଁ ଭଳି ଟ୍ରେଣ୍ଡ ଚାଲିଛି ସେଥିରେ ସନ୍ଧ୍ୟାସୁଦ୍ଧା ସୁନା ଦରରେ ଆହୁରି ବୃଦ୍ଧି ଘଟିପାରେ।

Related Posts

Seo wordpress plugin by www.seowizard.org.