Odisha News

ଡ୍ରେନେଜ୍ ସମସ୍ୟାରୁ ମୁକ୍ତି ପାଇଁ ୪ କୋଟି ୯୧ ଲକ୍ଷ ଟଙ୍କା ଅନୁଦାନ : ୨୪ ଘଣ୍ଟା ଲୋକଙ୍କ ସେବା କରୁଛି ; ବିଧାୟକ ଅରୁଣ ସାହୁଙ୍କ ଦ୍ୱାରା ଶିଳାନ୍ୟାସ

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୫/୩ : ନୟାଗଡ଼ ସହରକୁ ବିକାଶଶୀଳ ତଥା ସୈାନ୍ଦର‌୍ୟ୍ୟପୂର୍ଣ୍ଣ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି । ରୂପାନ୍ତରିତ ନୟାଗଡ଼ର ସ୍ୱପ୍ନ ଦେଖିବା ସହ ବିଧାୟକ ଡ. ଅରୁଣ କୁମାର ସାହୁ ପ୍ରତ୍ୟେକ କାର‌୍ୟ୍ୟକୁ ତଦାରଖ କରିବା ଏବଂ ଦାୟିତ୍ୱ ସହକାରେ ସମାପନ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।
ବିକାଶ ପାଇଁ ଭିଜନ ସହ ସୁପରଭିଜନ୍ ଆବଶ୍ୟକ ବୋଲି ସେ ସର୍ବଦା କହି ଆସୁଛନ୍ତି । ଆଜି ପୈାରଞ୍ଚଳ ଅନ୍ତର୍ଗତ ୨ ନମ୍ବର ଏବଂ ୩ ନମ୍ବର ୱାର୍ଡ଼ବାସୀଙ୍କ ଦୀର୍ଘଦିନର ଦାବି ତଥା ସମସ୍ୟାର ଅନ୍ତ ଘଟିବା କାର‌୍ୟ୍ୟର ଶୁଭାରମ୍ଭ କରାଯାଇଛି । ଏହି ଦୁଇ ୱାର୍ଡ଼ରେ ଡ୍ରେନେଜ୍ ସମସ୍ୟା ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥି ନିମନ୍ତେ ୪ କୋଟି ୯୧ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି ।
ନୟାଗଡ଼ ମିଶ୍ର କଲୋନୀଠାରେ ଆଜି ଏହାର ଶୁଭ ଦିଆଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏହାର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସମସ୍ତ କାଉନସିଲର ଏବଂ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ନୟାଗଡ଼ ବିଧାୟକ ତାଙ୍କ ବକ୍ତବ୍ୟରେ ପକୃତିର ସୁରକ୍ଷା ଦେବା ଆମ ଦାୟିତ୍ୱ ବୋଲି କହିଛନ୍ତି ।
ଏହା ସହିତ ହୃଦୟର ଆବେଗ ପରିପ୍ରକାଶ କରି ୨୪ ଘଣ୍ଟା ଲୋକଙ୍କ ସେବା କରି ଆସୁଛି ବୋଲି କହିଥିଲେ । ପ୍ରତ୍ୟେକ ଉନ୍ନୟନ ମୂଳକ କାର୍ଯ୍ୟର ଆମେ ଦାୟିତ୍ୱ ନେବା ଆବଶ୍ୟକ ବୋଲି ଲୋକଙ୍କୁ କହିବା ସହ ଏହାର ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ ଦେଉଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସହରର ବହୁ ବୁଦ୍ଧିଜୀବୀ, ମହିଳା ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.