Odisha News

ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

ବାଲେଶ୍ୱର,୪/୧୨ : ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ବାଲେଶ୍ୱର ପୂର୍ତ୍ତ ବିଭାଗ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ୍ମନାଭ ସ୍ୱାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏହାସହ ପଦ୍ମନାଭଙ୍କ ସୋର ବାଗୁଡ଼ିସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି।
ଜଣେ କ୍ଲାସ ଓ୍ୱାନ ଠିକାଦାର ରୁଦ୍ରନାରାୟଣ ବେହେରାଙ୍କଠାରୁ ପଦ୍ମନାଭ ଲାଞ୍ଚ ଦାବି କରିଥିଲେ । ଏନେଇ ଠିକାଦାରଜଣକ ଭିଜିଲାନ୍ସରେ ସୂଚନା କରିଥିଲେ। ଖବର ପାଇବା ପରେ ଭିଜିଲାନ୍ସ ଡିଏସ୍ପି ସମେତ ପୁରା ଟିମ୍ ପହଞ୍ଚିଥିଲେ ।
ଏହାପରେ ପୂର୍ବ ଯୋଜନା ମୁତାବକ ସମ୍ପୃକ୍ତ ଠିକାଦାରଜଣଙ୍କ ଲାଞ୍ଚ ଟଙ୍କା ଦେବା ବେଳେ ଭିଜିଲାନ୍ସ ପଦ୍ମନାଭଙ୍କୁ ମାଡ଼ି ବସିଥିଲା। ଜବତ ଟଙ୍କା ସମ୍ପର୍କରେ ପଦ୍ମନାଭ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଏହାପରେ ଭିଜିଲାନ୍ସ ଅଧିକାରୀ ତାଙ୍କ ଘରେ ଚଢ଼ାଉ ଜାରି ରଖି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ।

Related Posts

Seo wordpress plugin by www.seowizard.org.