Odisha News

ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଫରେଷ୍ଟର; ଗଛ କାଟିବାକୁ ଅନୁମତି ପାଇଁ ୧୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ବଲାଙ୍ଗୀର,୬/୧: ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଗୁଲୁମି ଫରେଷ୍ଟର ଅଶୋକ କୁମାର ନାଏକ ୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। କୁଟୁରାକେନ ଗାଁର ବାବୁଲାଲ ଭୋଇଙ୍କ ଠାରୁ ଦୁଇଟି ରେଙ୍ଗାଲ ଗଛ କଟା ବାବଦକୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ।
ମଙ୍ଗଳବାର ସମ୍ବଲପୁର, ବରଗଡ଼, ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ୍ ଚଢାଉ କରି ତାଙ୍କୁ ଧରିଛନ୍ତି । ଫରେଷ୍ଟରଙ୍କ ଅଫିସ ଓ ଆଦର୍ଶ ପଡା ନେହେରୁ ନଗରରେ ଥିବା ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଥିବା ଭିଜିଲାନ୍ସ ଡିଏସପି ପୂଲସ୍ତି ଛତ୍ରିଆ ସୂଚନା ଦେଇଛନ୍ତି।
ଅଫିସକୁ ଲାଗିରହିଥିବା ଫରେଷ୍ଟରଙ୍କ ଘରେ ଚଢାଉ ବେଳେ ଖଟ ତଳେ , ସ୍କାଏ ଲାଇଟ୍ ଓ ଝରକାରୁ ପୁଳାପୁଳା ଟଙ୍କା ବାହାରିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।

Related Posts