Odisha News

ନୂଆଗାଁ : କଳା କାର ଭତା ସହାୟତା ଅପେକ୍ଷାରେ ଦୃଷ୍ଟିହୀନ ପ୍ରଫୁଲ୍ଲ

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ,୪/୭: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖାଲ ମଡ଼ା ଗ୍ରାମରେ ୧୯୬୮ ମସିହାରେ ପ୍ରଫୁଲ୍ଲ ଙ୍କ ଜନ୍ମ । ବାପା ମାଟିଆ ପ୍ରଧାନ ଓ ମା ବସନ୍ତ ପ୍ରଧାନ ଙ୍କ କୋଳ ରେ ଜନ୍ମ ଗ୍ରହଣ ପରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ପ୍ରଫୁଲ୍ଲ ଦୃଷ୍ଟି ଶକ୍ତି ହରାଇ ବସିଥିଲେ । ପ୍ରଫୁଲ୍ଲ ଧୀରେ ଧୀରେ ବଡ଼ ହେବା ସହିତ ତାଙ୍କର ସଙ୍ଗୀତ ,ବାଦ୍ୟ ,ପ୍ରବଚନ ପ୍ରତି ଆଗ୍ରହ ବଢିଥିଲା । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟି ଦିନରୁ ଯାହାକିଛି ସଙ୍ଗୀତ ,ପ୍ରବଚନ,ହନୁମାନ ଚାଳିଶା,ବାଦ୍ୟର ତାଳ ଶୁଣୁଥିଲେ ତାହା ପ୍ରଦର୍ଶନ କରି ପାରୁଥିଲେ ପ୍ରଫୁଲ୍ଲ।ପ୍ରଫୁଲ୍ଲ ଙ୍କ ଏଭଳି କଳା ପ୍ରତି ଆଗ୍ରହ ଦେଖି ଗାୟକ ଗୁରୁ ଭାଗବତ ପ୍ରଧାନ ପ୍ରଫୁଲ୍ଲ ଙ୍କୁ ଦୀର୍ଘ ୧୦ ବର୍ଷ ରୁ ଅଧିକ ଶିକ୍ଷା ପ୍ରଦାନ କରିଥିଲେ। ବର୍ତ୍ତମାନ ପ୍ରଫୁଲ୍ଲ ବାପା ,ମା ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ନେଇ ପରିବାର ପୋଷଣ କରୁଛନ୍ତି। ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନ ରେ ହେଉଥିବା ନାମ ଯଜ୍ଞ, ପାରାୟଣ ,ସଙ୍କୀର୍ତ୍ତନ ଆଦି କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରି ଯାହାକିଛି ରୋଜଗାର ହେଉଥିଲା ସେଥିରେ ବହୁତ୍ କଷ୍ଟରେ ପରିବାର ପୋଷଣ କରୁଥିଲେ ପ୍ରଫୁଲ୍ଲ । କିନ୍ତୁ କରୋ ନା ମହାମାରୀ ପାଇଁ ସେତିକି ବି ବନ୍ଦ । ବହୁତ୍ ଦୁଃଖ କଷ୍ଟରେ ବିତୁଛି ପ୍ରଫୁଲ୍ଲ ଙ୍କ ଜୀବନ। କିନ୍ତୁ ବିଡମ୍ବନା ର ବିଷୟ ଏ ପର‌୍ୟ୍ୟନ୍ତ ପ୍ରଫୁଲ୍ଲ ଙ୍କୁ କଳା କା ର ଭତା ମିଳିନାହିଁ କାହିଁକି ତାହା ଜନସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି।ଦୃଷ୍ଟି ହିନ ପ୍ରଫୁଲ୍ଲ ଙ୍କୁ ତୁରନ୍ତ ରାଜ୍ୟସରକାରଙ୍କ ତରଫରୁ ସହାୟତା ପ୍ରଦାନ ପାଇଁ ଜନସାଧାରଣ ରେ ଦାବି ହୋଇଛି।

Related Posts

Seo wordpress plugin by www.seowizard.org.