ଆଇନ୍ ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର, ଗୋଡ଼ାଇ ଗୋଡ଼ାଇ ଧରିଲେ ଲୋକେ

ରାୟଗଡ଼ା,୬/୧: ଆଦିବାସୀ କଲ୍ୟାଣ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ଆଜି ଜଣେ ୪ ବର୍ଷ ବୟସର ଶିଶୁର ଦୁଇ ଗୋଡ଼ ଭାଙ୍ଗିଛି। ଗୁରୁତର ନାବାଳକ ହେଲା ନବୀନ ଗୁନୁଲୁ। ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଶୁ ଶରୀରର ବିଭିନ୍ନ ଅଙ୍ଗ ଓ ଦୁଇ ଗୋଡରେ ଗୁରୁତର ଆଘାତ ଲାଗିଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ ଆଇନ୍ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ଏକ ଦଳୀୟ କାଙ୍କ’ତ୍କକ୍ରମରେ ଯୋଗଦେବା ପାଇଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଯାଇଥିଲେ।
ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗସ୍ତ ସାରି ସେଠାରୁ ଫେରିବା ସମୟରେ ବେଲକଣା ଗ୍ରାମ ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲେ। ମନ୍ତ୍ରୀଙ୍କ ଗାଡ଼ି ବିଷମକଟକ ବ୍ଲକ ଢେପାଗୁଡା ନିବାସୀ ଗୁଣୁଲୁ ସୁଧୀରଙ୍କ ୪ ବର୍ଷ ବୟସର ଶିଶୁପୁତ୍ରଙ୍କୁ ଧକ୍କା ଦେଇଥିଲା। ସେ ନିଜ ଅଜାଙ୍କ ଘରକୁ ବୁଲିବା ପାଇଁ ଆସିଥିଲା। ଦୁର୍ଘଟଣା ଯୋଗୁଁ ଶିଶୁର ଶରୀରର ବିଭିନ୍ନ ଅଙ୍ଗ ଓ ଦୁଇ ଗୋଡରେ ଗୁରୁତର ଆଘାତ ଲାଗିଛି।