Odisha News

ବାଲିଗୁଡା : ମୋଟର ସାଇକେଲ ଦୁର୍ଘଟଣାରେ ଖେଳ ଶିକ୍ଷକଙ୍କ ମୃତ୍ୟୁ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୬/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ ପତଡ଼ ଘାଟରେ ଏକ ମୋଟର ସାଇକେଲ ଦୁର୍ଘଟଣା ଘଟିଛି । ମୃତକ ଲୁବେନଗଡ଼ ସରକାରୀ ବିଦ୍ୟାଳୟର ଖେଳ ଶିକ୍ଷକ ବିଭୁତି ପ୍ରଧାନ ହୋଇଥିବା ଜଣାପଡ଼ିଛି ।
ସୂଚନା ପ୍ରକାରେ ଶିକ୍ଷକ ଜଣକ ଶୁକ୍ରବାର ରାତିରେ ସୁଡ୍ରାରୁ ଟିକରବାଜୁ ରାସ୍ତା ଦେଇ ଲୁବେନଗଡ଼ ଯାଉଥିବା ବେଳେ ସୁଡ୍ରା ନିକଟସ୍ଥ ପତଡ଼ ଘାଟରେ ଭାରସାମ୍ୟ ହରାଇ ମୋଟର ସାଇକେଲ ରାସ୍ତା କଡ଼ ଖାଲକୁ ଖସି ପଡ଼ିଥିଲା ।
ଫଳରେ ସେ ଗୁରୁତର ଆହାତ ହୋଇ ସେଠାରେ ପଡ଼ି ରହିଥିବା ବିଷୟ ଶନିବାର ସକାଳୁ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ଦେଖିବାକୁ ପାଇଥିଲେ ।
ଘଟଣା ସମ୍ପର୍କରେ ଖବରପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଁଚିବା ବେଳକୁ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ସେଠାରୁ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

Related Posts

Seo wordpress plugin by www.seowizard.org.