Odisha News

୧୮ ନଭେମ୍ବର ରୁ କୁଷ୍ଠ ନିରୁପଣ ଅଭିଯାନ ଆରମ୍ଭ

ବୌଦ୍ଧ, ୧୪/୧୧ : ଅପରାହ୍ନରେ ବୌଦ୍ଧଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଆସନ୍ତା ୧୮ ନଭେମ୍ବର ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଜିଲା ବ୍ୟାପି କୁଷ୍ଠରୋଗ ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଆଶାକର୍ମୀମାନେ ଘର ଘର ବୁଲି କୁଷ୍ଠରୋଗୀଙ୍କୁ ଚିହ୍ନଟ କରିବେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲାପାଳ ଶ୍ରୀପଣ୍ଡା ସମସ୍ତ ଜିଲାବାସୀଙ୍କୁ ଆହ୍ୱାନ କରିଛନ୍ତି ।
ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଷ୍ଠର ଲକ୍ଷଣ ଥିଲେ ଚିହ୍ନଟ କରିବା ପାଇଁ ମଧ୍ୟ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ ।
ଏହି ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଜୟକୃଷ୍ଣ ମିଶ୍ର,ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.କିଶୋର ଚନ୍ଦ୍ର ପଟ୍ଟନାୟକ,ଡା. ସଂଘମିତ୍ରା ପଣ୍ଡା,ଜିଲା କାର୍ଯ୍ୟକ୍ରମ ପରିଚାଳକ ରୁପକ କୁମାର ମହାପାତ୍ର,ଜିଲା କୁଷ୍ଠ ପରାମର୍ଶଦାତା ଡା. ଅମରେନ୍ଦ୍ର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବ୍ଲକ ଏବଂ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related Posts