୧୨ତମ ରାଉଣ୍ଡ ସୁଦ୍ଧା ବିଜେଡି ୨୧ହଜାର ଉପରେ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗୁଆ ଚାଲିଛି

ଭୁବନେଶ୍ୱର, ୮/୧୧: ପଦ୍ମପୁର ଉପନିର୍ବାଚନର ୨୩ ରାଉଣ୍ଡ ଗଣତିରୁ ୧୨ ରାଉଣ୍ଡ ଶେଷ ହୋଇଛି । ଏଥିରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରୁହା ଆଗରେ ରହିଛନ୍ତି ।୧୨ ରାଉଣ୍ଡ ସୁଦ୍ଧା ବର୍ଷା ୬୪୦୭୯ଖଣ୍ଡ ଭୋଟ ପାଇଥିଲା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୪୨୧୬୦ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସୁହୁଙ୍କୁ ୨୧୯୭ ଖଣ୍ଡ ଭୋଟ ମିଳିଛି ।