ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍ ମାମଲା; ମାସେ ବଢ଼ିଲା ଅବଧି

କଟକ, ୩୦/୧୧ : ଗାଡି ଚାଳକଙ୍କ ପାଇଁ ଆଶ୍ୱସ୍ତିକର ଖବର । ରାଜ୍ୟରେ ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବଲ ପ୍ଲେଟ ଅବଧି । ୧,୨,୩,୪ ନମ୍ବର ପାଇଁ ରାଜ୍ୟ ସରକାର ଆଉ ମାସେ ବଢାଇଛନ୍ତି । ଏନେଇ ସତ୍ୟପାଠ ଜରିଆରେ ହାଇକୋର୍ଟକୁ ଜଣାଇଛନ୍ତି ସରକାର ।
ସେହିପରି ଡିସେମ୍ବର ୩୧ ଯାଏଁ ସମୟ ବୃଦ୍ଧି ନେଇ ସତ୍ୟପାଠରେ ଉଲ୍ଲେଖ ରହିଛି । ନମ୍ବର ବୁକିଂ କରାଯାଇଥିଲେ ବି କୌଣସି କାର୍ୟ୍ୟାନୁଷ୍ଠାନ ହେବନାହିଁ ବୋଲି ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ମଧ୍ୟ ମାସେ ସମୟସୀମା ବୃଦ୍ଧି କରାଯାଇଥିଲା । ଆଉ ଏବେ ଆଉ ଏକ ମାସ ସମୟସୀମା ବୃଦ୍ଧି କରାଯାଇଛି ।