Odisha News

ସ୍ୱିଗି ଡ଼େଲିଭରି ବୟଙ୍କର ସନ୍ଦେହଜନକ ମୃତ ଦେହ ଉଦ୍ଧାର,କାରଣ ଅସ୍ପଷ୍ଟ

କଟକ,୧୭/୭: ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ନିକଟରୁ ଜଣେ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ନିରାକାର ବେତାଳ। ସେ ସିଡିଏ ୭ ଅଞ୍ଚଳର ବାସିନ୍ଦା ଥିଲେ।
ପୁଲିସ୍ ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରାସ୍ତା କଡ଼ରେ ତାଙ୍କର ବାଇକ୍ ପଡ଼ିଥିଲା। ଖଣ୍ଡବିଖଣ୍ଡିତ ବାଇକ୍କୁ ଦେଖି ତାଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି ପୁଲିସ୍ ଅନୁମାନ କରୁଛି। ତେବେ ପୁଲିସ୍ ଘଟଣାର ତଦନ୍ତ କରୁଛି।
ଘରେ ଖାଦ୍ୟ ପହଞ୍ଚାଇବା ପାଇଁ ଅନ୍ଲାଇନ୍ରେ ଅର୍ଡର ଗ୍ରହଣ କରୁଥିବା ଏକ କମ୍ପାନୀରେ ନିରାକାର ଡେଲିଭରି ବୟ ଭାବେ କାର‌୍ୟ୍ୟ କରୁଥିଲେ। ଗତକାଲି ରାତିରେ ନିରାକାର ଡେଲିଭରି ଦେବା ପାଇଁ ଯିବା ବେଳେ କିଛି ଘଟିଥିଲା ବୋଲି କୁହାଯାଉଛି। ଅନ୍ୟପକ୍ଷରେ ତାଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି।

Related Posts

Seo wordpress plugin by www.seowizard.org.