Odisha News

ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ୱ ବିଦ୍ୟାଳୟ ତରଫରୁ ଜୁନ ୨୧ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋଟ
ବୌଦ୍ଧ, ୨୧/୬: : ସ୍ଥାନୀୟ ପ୍ରଜାପିତା ବ୍ରହ୍ମକ୍ଷକୁମାରୀ ଈଶ୍ବରୀୟ ବିଶ୍ୱ ବିଦ୍ୟାଳୟ ତରଫରୁ ଜୁନ ୨୧ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମ ରେ କେନ୍ଦ୍ର ସଂଚାଳିକା ବି କେ ମାମିନା ଭଉଣୀ ସ୍ବ ଓ଼ ସମାଜ ପାଇଁ ରାଜଯୋଗ ର ମହତ୍ୱ ନେଇ କହିଲେ ଆତ୍ମ ଓ଼ ପରମାତ୍ମା ମିଳନ ହିଁ ଶ୍ରେଷ୍ଠ ମିଳନ, ଏହି ମିଳନ ଅଥବା ଯୋଗ ଦ୍ୱାରା ମନରେ ଉପୁଜୁଥିବା ଚିନ୍ତା, ବିକଳ୍ପ ପ୍ରଭୁତି ନକାରାତ୍ମକ ଭାବନା ଦୂର ହେଲେ ମାନସିକ ଓ଼ ଶାରୀରିକ ରୋଗରୁ ମୁକ୍ତ ସୁସ୍ଥ ଜୀବନ ପାଇପାରିବେ ବୋଲି ବର୍ଣନା କରିଥିଲେ ।
ସମ୍ମାନିତ ଅତିଥି ଭ୍ରାତା ଧ୍ରୁବ ଚରଣ ଘିବେଲା ଯୋଗକୁ ଜୀବନଶୈଳୀ ରୂପେ ଗ୍ରହଣ କଲେ ବ୍ୟକ୍ତି ଓ଼ ସମାଜ ରେ ଦେଖାଯାଉ ନାନାଦି ସମସ୍ୟା ସହଜରେ ଦୂର ହୋଇ ପାରିବ ।
ବି କେ ସରୋଜ ଭାଇ ନିଜ ବକ୍ତବ୍ୟ ରେ କହିଲେ ଆଜି ଦିବସ ଆମ ଭାରତ ଦେଶ ପାଇଁ ଏକ ଗୌରବ ଦିବସ ଅଟେ କ୍ଷ ଆମ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ଭାଇ ମୋଦୀ ବିଶ୍ୱ ଜାତିସଙ୍ଘ ର ସାଧାରଣ ପରିଷଦ ରେ ବିଗତ ୨୭.୯.୨୦୧୪ ରେ ପ୍ରଥମେ ଭାରତୀୟ ସନାତନ ସଂସ୍କୃତି ଓ଼ ପରମ୍ପରା ରେ ଯୋଗ ର ମହତ୍ୱ କୁ ଦର୍ଶାଇ କିପରି ନିଜର ସମ୍ପୂର୍ଣ ସ୍ୱାସ୍ଥ୍ୟରକ୍ଷା, ପ୍ରକୃତି ସହ ଏକତ୍ୱ ହେବାର କଳା ଯୋଗ ମଣିଷକୁ ଶିଖାଇ ଥାଏ ତାହା ଉପସ୍ଥାପନା କରି ସମଗ୍ର ବିଶ୍ୱବାସୀଙ୍କୁ ଏହାକୁ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ ।
ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ୨୧ ଜୁନ ୨୦୧୫ ରେ ଆୟୁଷ ତତ୍ୱାବଧାନ ରେ ଦିଲ୍ଲୀ ରେ ପାଳନ କରାଯାଇଥିଲା । ଶାରୀରିକ, ମାନସିକ, ବୌଦ୍ଧକ, ସାମାଜିକ ଓ଼ ପରିବେଶ କୁ ସୁସ୍ଥ ସବଳ କରିବା ପାଇଁ ଯୋଗ ହିଁ ଶ୍ରେୟ ଅଟେ ।
ପତଞ୍ଜଳି ଅନୁଷ୍ଠାନ ବୌଦ୍ଧ, ତରଫରୁ ଭ୍ରାତା ନଟବର ଅଗ୍ରୱାଲ ଓ଼ ଭଗ୍ନୀ ତୃପ୍ତି ଅଗ୍ରୱାଲ ଯୋଗାସନ ଓ଼ ପ୍ରାଣାୟାମ ଶିକ୍ଷା ପରିଚାଳନା କରିଥିଲେ । କେନ୍ଦ୍ର ରେ ଉପସ୍ଥିତ ସମସ୍ତ ଭାଇ ଓ଼ ଭଉଣୀ କାର୍ଯ୍ୟକ୍ରମ ରେ ସହାଭାଗୀ ହୋଇଥିଲେ । ବି କେ ସ୍ନେହଲତା ଭଉଣୀ ଜୀବନରେ ଯୋଗ କୁ ଅଙ୍ଗିକାର କରିବା ଓ଼ ସ୍ବ କଲ୍ୟାଣ ସହିତ ବିଶ୍ୱ କଲ୍ୟାଣ ନିମନ୍ତେ ଶପଥ ପାଠ କରାଇଥିଲେ ।

Related Posts

Seo wordpress plugin by www.seowizard.org.