Odisha News

ସେଲ୍ଫି ନେବା ହେଲା କାଳ ,ଟ୍ରେନ୍ ବଗି ଉପରେ ଜଳିଗଲେ ଯୁବକ

ଭୁବନେଶ୍ୱର, ୨୪/୫: ସେଲ୍ଫି ନେବା ହେଲା କାଳ । ଟ୍ରେନ୍ ବଗି ଉପରେ ଜଳିଗଲେ ଯୁବକ । ଭୁବନେଶ୍ୱର ମଞ୍ଚେଶ୍ୱର ରେଳ ଷ୍ଟେସନରେ ଘଟିଛି ଏହି ଅଘଟଣ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଯୁବକ ଜଣକ ସେଲଫି ନେବା ପାଇଁ ବଗି ଉପରେ ଚଢ଼ିଥିଲେ। ଫଟୋ ଉଠାଉଥିଲା ବେଳେ ଯୁବକ ଜଣକ ଜଳିଯାଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକ ଜଣକ ରାଜସ୍ଥାନର ବୋଲି ଜଣାପଡିଛି । ସେ ଉଞଞଉରେ ଟ୍ରେନିଂ ପାଇଁ ଭୁବନେଶ୍ବର ଆସିଥିଲେ।
ତେବେ ଯୁବକ ଜଣଙ୍କ ଏକ ଟ୍ରେନ୍ ଉପରକୁ କାହିଁକି ଚଢିଲେ । କିପରି ଏକ ବିପଦପୂର୍ଣ୍ଣ ଭାବେ ସେଲ୍ଫି ନେଉଥିଲେ । ଏସବୁ ଦିଗକୁ ନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ । ଆବଶ୍ୟକ ପଡ଼ିଲେ ସାଥୀଙ୍କୁ ପଚରାଉଚରା କରିପାରେ ପୋଲିସ ।

Related Posts