ସିଆରପିଏଫ୍ ଯବାନଙ୍କ ମୃତଦେହ ହୋଟେଲ ରୁମ୍ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

ଭୁବନେଶ୍ୱର,୩୦/୧ : ରାଜଧାନୀ ଭୁବନେଶ୍ୱରର ଅଶୋକ ନଗରରେ ଥିବା ଏକ ହୋଟେଲରୁ ଜଣେ ସିଆରପିଏଫ ଯବାନଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତକଙ୍କ ନାଁ ମୀର ସିଂହ (୪୨)। ତାଙ୍କଘର ରାଜସ୍ଥାନରେ। ସିଆରପିଏଫ ପକ୍ଷରୁ ତାଙ୍କୁ ଝାଡଖଣ୍ଡରେ ମୁତୟନ କରାଯାଇଥିଲା।
ମିଳିଥିବା ସୂଚନା ଅନୁସାରେ ସେ ଜାନୁଆରୀ ୨୬ ତାରିଖରେ ଆସି ଏହି ହୋଟେଲରେ ରହିଥିଲେ। କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡି ନାହିଁ। ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ ହତ୍ୟା କରାଯାଇଛି, ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ।
ଘଟଣା ସମ୍ପର୍କରେ ମୀର ସିଂହଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ହୋଟେଲେ କର୍ମଚାରୀଙ୍କ କହିବା ଅନୁଯାୟୀ, ହୋଟେଲରେ ରହୁଥିବା ବେଳେ ମୀର ସିଂହ ଅନେକ ସମୟରେ କାହାସହିତ ଫୋନରେ ଉଚ୍ଚସ୍ୱରରେ କଥା ହେଉଥିଲେ। ଲାଗୁଥିଲା, ଫୋନରେ କାହା ସହିତ ତାଙ୍କର ଝଗଡା ହେଉଥିଲା।