Odisha News

ସାରା ରାଜ୍ୟରେ ବେଶ୍ ଧୁମଧାମରେ ପାଳନ କଲେ ହୋଲି ପର୍ବ

ଭୁବନେଶ୍ୱର, ୧୫/୩: ସାରା ରାଜ୍ୟରେ ବେଶ୍ ଧୁମଧାମରେ ଚାଲିଛି ହୋଲି ପାଳନ । ଗାଁ ଠୁ ସହର ସବୁଠି ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି । ନେତା ଠୁ ଆରମ୍ଭ କରି ଜନତା ଯାଏଁ ସମସ୍ତେ ପରସ୍ପରକୁ ରଙ୍ଗ ବୋଳି ହୋଲିର ଶୁଭେଚ୍ଛା ଜଣାଉଛନ୍ତି । ପିଲା ହେଉ କି ବୁଢା, ନେତା ହୁଅନ୍ତୁ ଅବା ଅଭିନେତା ସମେସ୍ତ ଆଜି ହୋଲିରେ ମସଗୁଲ ହୋଇଛନ୍ତି ।
ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ ହୋଇଛି। କିଏ କାହାକୁ ପିଚକାରୀ ଧରି ରଙ୍ଗ ମାରୁଛି ତ ପୁଣି କିଏ ଅବିରରେ ଖେଳୁଛନ୍ତି ହୋଲି । ଛୋଟଠାରୁ ଆରମ୍ଭ କରି ବଡ ପର‌୍ୟ୍ୟନ୍ତ ସମସ୍ତେ ସମସ୍ତଙ୍କୁ ରଙ୍ଗବୋଳି ହୋଲିରେ ଶୁଭେଚ୍ଛା ଜଣାଉଛନ୍ତି । ଚଳିତ ଥର ରସାୟନିକ ରଙ୍ଗ ଠାରୁ ଦୂରରେ ରହି ହର୍ବାଲ ରଙ୍ଗର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ଅନ୍ୟପଟେ ମଦ ପିଇ ହୋଲି ଖେଳିଲେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି। ଅପରାହ୍ନ ୧ଟା ମଧ୍ୟରେ ହୋଲି ଖେଳ ସାରିବାକୁ ଡିସିପି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଏପରିକି ହୋଲିରେ ମଦ ଦୋକାନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଡିସିପି । ବେଆଇନ ଭାବେ ମଦ ବିକିଲେ ମଧ୍ୟ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ନଦୀରେ ନ ଗାଧୋଇ ଘରେ ଗାଧୋଇବାକୁ ପରାମର୍ଶ ଦେଇଛନ୍ତି।

Related Posts