Odisha News

ସାନ ଭାଇ ମଦ ପିଇ ଗାଳିଗୁଲଜ କରିବାରୁ ତଣ୍ଟି ଚିପି ମାରିଦେଲା ବଡ଼ ଭାଇ

ବଲାଙ୍ଗିର, ୫/୩: ସାନ ଭାଇ ମଦ ପିଇ ଗାଳିଗୁଲଜ କରିବାରୁ ତଣ୍ଟି ଚିପି ମାରିଦେଲା ବଡ଼ ଭାଇ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଦର ଥାନା ଚମାରପଡ଼ା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଯୋଶେଫ ରୋହିଦା। ପୁଲିସ ବଡ଼ଭାଇ ରାଜୀନ ରୋହିଦାକୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ଯୋଶେଫ ମଦ ପିଇ ଆସି ବଡ଼ ଭାଇ ରାଜୀନଙ୍କୁ ଗାଳିଗୁଲଜ କରିଥିଲେ। ଏନେଇ ଦୁଇ ଭାଇ ମଧ୍ୟରେ ବଚସା ଓ ମାରପିଟ୍ ହୋଇଥିଲା। ପରେ ରାଜୀନ ରାଗିଯାଇ ସାନଭାଇ ଯୋଶେଫଙ୍କ ତଣ୍ଟିଚିପି ଦେଇଥିଲେ।
ସେ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ଯୋଶେଫରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି।

Related Posts