Odisha News

ସହାୟତା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କୁ ମାଗଣା ରେ ଜୀବନ ପ୍ରମାଣ ପତ୍ର ପ୍ରଦାନ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୩/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ କୋଷାଗାର କାର୍ଯ୍ୟାଳୟ ଠାରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ର ରେ ସହାୟତା କେନ୍ଦ୍ରରେ କାର୍ଯ୍ୟ ଆରମ୍ଭ ହୋଇଛି ।
ଏଥିରେ ସ୍ଥାନୀୟ ଉପ କୋଷାଗାର ଅଧିକାରୀ ସୁଧାକର କହଁର ମୋ ସେବା କେନ୍ଦ୍ରର ଜିଲ୍ଲା ପରିଚାଳକ ଜିତେନ୍ଦ୍ର କୁମାର ସାହୁ ଅଫିସ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ବାଲିଗୁଡା ଅଂଚଳର ବହୁ ପେନସନ ଉପଭୋକ୍ତା ନିଜ ନିଜର ଆଧାର କାର୍ଡ, ପେନସନ ବହି, ବ୍ୟାଙ୍କ ପାସ ବୁକ ଏବଂ ମୋବଇଲ ନମ୍ବର ସଂଯୋଗ କରି ବିନା ଶୁକ୍ଳରେ ସେମାନଙ୍କ ଜୀବନ ପ୍ରମାଣପତ୍ର ହାତପାଆନ୍ତରେ ପାଇ ବହୁତ ଖୁସି ଅନୁଭଵ କରିଥିଲେ ।
ମୋ ସେବା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କ ଘର କୁ ଯାଇ ସେବା ଦେବାର ବ୍ୟବସ୍ଥା ମଧ୍ୟ୍ୟ ଅଛି । ରାଜ୍ୟ ସରକାରଙ୍କ ଏହି ଭଳି ଜନହିତକର ଯୋଜନା କୁ ପେନସନ ଉପଭୋକ୍ତା କୃତଜ୍ଞତା ଜଣାଇଛନ୍ତି ।

Related Posts

Seo wordpress plugin by www.seowizard.org.