Odisha News

ସପ୍ଟଓୟାର ଇଞ୍ଜିନିୟରରୁ ଆଇଏଫଏସ

କୋରାପୁଟ,୨୭/୬: କୋରାପୁଟ ପାଇଁ ଗୌରବ ଆଣିଛନ୍ତି ଭାଣ୍ଡି ସାହିର କେ.ନାଗରାଜୁ। କୋରାପୁଟ ଜିଲ୍ଲାର ପ୍ରଥମ ଆଇଏଫଏସ ହୋଇଛନ୍ତି କେ.ବାଲାକୃଷ୍ଣ ରାଓ ଓ କେ. ରୁକ୍ମୁଣୀ ଦେବୀଙ୍କ ଅପ ନାଗରାଜୁ। ଆଜି ୟୁପିଏସସିର ପ୍ରକାଶିତ ଫଳରେ ସେ ସର୍ବଭାରତୀୟ ସ୍ତରରେ ୪୦ତମ ରାଙ୍କ ରଖିଛନ୍ତି। ସେ ଖଡଗପୁର ଆଇଆଇଟିରୁ ଇଞ୍ଜିନିୟରିଂ କରିଥିବାବେଳେ ବମ୍ବେରେ ଏକ ସଫ୍ଟଓୟାରେ କମ୍ପାନିରେ କାମ କରୁଥିଲେ। ୫ ହେବ ସଭିଲ ସର୍ଭିସ ପାଇଁ ନିଜକୁ ପ୍ରସ୍ତୁତ କରୁଥିବାବେଳେ ୩ ବର୍ଷ ହେବ ଚାକିରିଛାଡି ଜୋରସୋରରେ ଲାଗି ପଡିଥିଲେ।
ଗତ ୫ ବର୍ଷରେ ସେ ୪ ଥର ପ୍ରିଲିମ୍ ପାସ କରିଥିବାବେଳେ ୨ ଦୁଇ ଥର ମେନ୍ ଓ ଇଣ୍ଟରଭିୟୁ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଗତବର୍ଷ ସେ ୨୪ ମାର୍କ ପାଇଁ ଅକୃତକାର‌୍ୟ୍ୟ ହୋଇଥିବାବେଳେ ଚଳିତବର୍ଷ ୪୦ତମ ରାଙ୍କ ରଖି ସର୍ବଭାରତୀୟ ସ୍ତରରେ କୋରାପୁଟର ନାଁକୁ ଉଚ୍ଚା ରଖିପାରିଛନ୍ତି। ସେ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରୁ ୨୦୦୭ରେ ୧୦ମଶ୍ରେଣୀ ପାସ କରିବା ପରେ ବିଶାଖାପାଟଣାସ୍ଥିତ ଶ୍ରୀ ଚୈତନ୍ୟ କଲେଜରୁ ୨୦୦୯ରେ ଯୁକ୍ତଦୁଇ ବିଜ୍ଞାନରେ କୃତକାର‌୍ୟ୍ୟ ହୋଇଥିଲେ। ଏହାପରେ ସେ ଆଇଆଇଟି ଖଡଗପୁରରେ ଯୋଗ ଦେଇଥିଲେ।
୨୦୧୦ରୁ ୨୦୧୪ ଯାଏ ସେ ଖଡଗପୁର ଆଇଆଇଟିରେ ଶିକ୍ଷା ଗ୍ରହଣ କରିବା ପରେ ବମ୍ବେରେ ଏକ ପ୍ରତିଷ୍ଠିତ ସଫ୍ଟଓୟାର କମ୍ପାନୀିରେ ଚାକିରି କରିଥିଲେ। ଚାକିରି ସମୟରେ ସେ ୟୁପିଏସସି ଦେବେ ବୋଲି ମନସ୍ତ କରିଥିଲେ। ଏହାପରେ ଚାକିରି ଛାଡି ୟୁପିଏସପି ପାଇଁ ପଢାପଢି ଆରମ୍ଭ କରିଥିଲେ। ତେବେ ବାପା ବାଲାକୃଷ୍ଣ ପେଷାରେ ଜଣେ ଆଡଭୋକେଟ୍। ତାହା ସହ କୋରାପୁଟର ଆରାଧ୍ୟଦେବୀ ମା ମୁତ୍ୟାଲୁମାଙ୍କର ପୂଜକ। ମା ରୁକ୍ମଣୀ ଜଣେ ଗୃହିଣୀ। ପିଲାଟି ଦିନରୁ ନାଗରାଜୁ ମେଧାବୀ ଛାତ୍ର ରହିଥିଲେ।

Related Posts

Seo wordpress plugin by www.seowizard.org.