Odisha News

ଶୁଣ୍ଢପଦର ଓ ଶଗଡା ଧାନ କ୍ରୟ ମଣ୍ଡି ପରିଦର୍ଶନ କଲେ ଉପ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୫/୨ : ସୋମବାର ଅପରାନ୍ହ ୩ ଘଣ୍ଟା ସମୟରେ ଉପ ଜିଲ୍ଲାପାଳ ତଥା ବୌଦ୍ଧ ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ପ୍ରବୀଣ କୁମାର ବାଣୁଆ ବୌଦ୍ଧ ବ୍ଲକ୍ ଶଗଡା ଓ କଣ୍ଟାମାଳ ବ୍ଲକ୍ ଶୁଣ୍ଢ ପଦର ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଖୋଲା ଯାଇଥିବା ଧାନ କ୍ରୟ ମଣ୍ଡି ପରିଦର୍ଶନ କରିଥିଲେ ।
ଚାଲିଥିବା ସରକାରୀ ଧାନ କ୍ରୟ ବ୍ୟବସ୍ଥାର ସମୀକ୍ଷା କରିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ସମିତି କର୍ମଚାରୀ ଓ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ ।
ଉପ ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ସମବାୟ ସମିତି ସମୂହର ଉପ ନିବନ୍ଧକ ହାଡ଼ିବନ୍ଧୁ ମହାଖୁଡ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନାଥ ହାଁସଦା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
DIPRO Rita Baliyar Singh: ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ପ୍ରାର୍ଥମିକ କୃଷି ସମବାୟ ସମିତି ପକ୍ଷରୁ ଶଗଡା଼ ଠାରେ ଖୋଲାଯାଇଥିବା ଧାନମଣ୍ଡି ପରିଦର୍ଶନ କରିଥିଲେ । ସେଠାରେ ସରକାରୀ ଧାନ କ୍ରୟ ବ୍ୟବସ୍ଥା ର ସମୀକ୍ଷା କରିବା ସହ ବିଭିନ୍ନ ସମସ୍ୟା ସମ୍ପର୍କ ରେ ସମିତି କର୍ମଚାରୀ, ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । । ପରେ ପରେ ଶଗଡ଼ା ଗ୍ରାମ ପଂଚାୟତ ଅ ଧିନସ୍ତ ବିଭିନ୍ନ ପ୍ରୋଜେକ୍ଟ କାର୍ଯ୍ୟ ତଦାରଖ କରିଥିଲେ ।

Related Posts