Odisha News

ଶପଥ ନେଲେ ବିଏମସି ମେୟର ସୁଲୋଚନା ଦାସ

ଭୁବନେଶ୍ବର, ୯/୪: ଶନିବାର ନବନିର୍ବାଚିତ ବିଏମସି ମେୟର ସୁଲୋଚନା ଦାସ ଶପଥ ଗ୍ରହଣ କରିଛନ୍ତି। ବିଏମ୍ସି କନଫରେନ୍ସ ହଲରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି।
ଏହାଛଡ଼ା ସେ ସମସ୍ତ ୬୭ ନବନିର୍ବାଚିତ କର୍ପୋରେଟରମାନଙ୍କୁ ଶପଥ ଗ୍ରହଣ କରାଉଛନ୍ତି। ଆଜି ରାଜଧାନୀର ପ୍ରଥମ ମହିଳା ମେୟର୍ ଭାବେ ସୁଲୋଚନା ଦାସଙ୍କ ସହ ସମସ୍ତ କର୍ପୋରେଟର ମଧ୍ୟ କାର‌୍ୟ୍ୟଭାର ଗ୍ରହଣ କରିବେ। ଏତଦ୍ବ୍ୟତୀତ ଡେପୁଟି ମେୟର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।
ଶପଥ ଗ୍ରହଣ କରିବା ପରେ ସୁଲୋଚନା ଦାସ କହିଛନ୍ତି, ଟିମୱାର୍କ ଜରିଆରେ ରାଜଧାନୀର ବିକାଶ କରାଯିବ। ସେ ରାଜଧାନୀବାସୀଙ୍କୁ ଧନ୍ୟବାଦ ଦେବା ସହ ଭୁବନେଶ୍ବରର ବିକାଶ ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରକୁ ବିଶ୍ବସ୍ତରୀୟ କରିବାକୁ ଯେଉଁ ସ୍ବପ୍ନ ଦେଖିଛନ୍ତି, ସେଭଳି ଭୁବନେଶ୍ବରଟିଏ ତିଆରି ହେଲେ ହିଁ ସମସ୍ତଙ୍କର ସ୍ବପ୍ନ ପୂରଣ ହେବ ବୋଲି ସୁଲୋଚନା ଦାସ କହିଛନ୍ତି।
ସୂଚନାଯୋଗ୍ୟ, ଚଳିତ କର୍ପୋରେସନ୍ରେ ୬୭ କର୍ପୋରେଟର୍ଙ୍କ ମଧ୍ୟରୁ ୫୧ଜଣ ପ୍ରଥମଥର ପାଇଁ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଏହି ଶପଥ ଗ୍ରହଣକୁ ନେଇ ବେଶ୍ ଉତ୍ସାହ ରହିଛି। ପ୍ରଥମଥର ପାଇଁ ସେମାନେ ଲୋକଙ୍କ ସେବା କରିବାକୁ ସୁଯୋଗ ପାଇବା ସହ ନିଜ ଅଞ୍ଚଳକୁ ପ୍ରତିନିଧିତ୍ବ କରିବା ପାଇଁ ଯାଉଛନ୍ତି। ଏମାନଙ୍କ ମଧ୍ୟରେ ୩୩ଜଣ ମହିଳା ଅଛନ୍ତି, ଯେଉଁମାନେ ପ୍ରଥମଥର ପାଇଁ କର୍ପୋରେସନରେ ସାମିଲ ହୋଇଛନ୍ତ।

Related Posts

Seo wordpress plugin by www.seowizard.org.