Odisha News

ରାଜ୍ୟରେ SIRକୁ ନେଇ ଏମିତି କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର, ୬/୩: ରାଜ୍ୟରେ ଆସନ୍ତା ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ ସ୍ବତନ୍ତ୍ର ସଘନ ସଂଶୋଧନ ବା SIR। ରାଜ୍ୟରେ SIR ଆରମ୍ଭକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ. ଗୋପାଳନ ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟରେ ୯୦ ପ୍ରତିଶତ ଭୋଟର ତାଲିକାରେ ସଂଶୋଧନ ହୋଇସାରିଛି । ବାକି ୧୦ ପ୍ରତିଶତ ମଧ୍ୟରୁ ଅତିକମ୍‌ରେ ୮ ପ୍ରତିଶତ ସଂଶୋଧନ ହେବ । ଆମେ ଚେଷ୍ଟା କରୁଛୁ ଶତ ପ୍ରତିଶତ ସଂଶୋଧନ ପାଇଁ ।
ସବୁଠୁ ବଡ଼ କଥା ୨୦୦୨ ଆଧାରରେ ସଂଶୋଧନ କରାଯିବ । ୨୦୦୨ ମସିହାରେ ଯେଉଁ ବୁଥ୍‌ରେ ମତଦାନ କରିଥିଲେ ତାର ବୁଥ୍ ନମ୍ବର କହିଲେ ବି ସଂଶୋଧନ ହେବ । କିନ୍ତୁ ଯଦି ଜଣକ ପାଖରେ କିଛି ବି ଲିଷ୍ଟ ନାହିଁ ତେବେ ତାକୁ ୧୧ ନମ୍ବର ବିଶିଷ୍ଟ ଫର୍ମ ଦିଆଯିବ । ତାକୁ ପୂରଣ କଲେ ବି ଚଳିବ । ଉଦ୍ଦେଶ୍ୟ ହେଉଛି ଯେମିତି ଭୋଟର ତାଲିକା ପୂରା ସ୍ବଚ୍ଛ ହେବା ଦରକାର ।
ଯଦି କାହାର ଦୁଇ ଆଡେ ଭୋଟର ତାଲିକାରେ ନାଁ ଥାଏ ତେବେ ସେ ଗୋଟିଏ ଜାଗାରେ ରଖି ପାରିବେ । ଦୁଇଟି ବା ଏକାଧିକ ଜାଗାରେ ରଖିଲେ ତାହା ଦଣ୍ଡନୀୟ ଅପରାଧ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍‌. ଗୋପାଳନ କହିଛନ୍ତି ।

Related Posts