Odisha News

ମୟୂରଭଞ୍ଜ : କାନ୍ଥପଡ଼ି ଭାଇଭଉଣୀ ମୃତ

କୁଆମରା, ୨୩/୮: ଗତକାଲି (ସୋମବାର) ପ୍ରାୟ ରାତି ୧୦ଟା ସମୟରେ ଗୋଟିଏ ଘରର କାନ୍ଥ ଭୁଶୁଡ଼ି ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି।
ମୟୂରଭଞ୍ଜ ଜିଲ୍ଲାର ଗୋପବନ୍ଧୁ ନଗର ବ୍ଲକ ଜୟପୁର ପଞ୍ଚାୟତର ରାଇଡାହି ଗ୍ରାମର ଗଣେଶ ସିଂ ଭୁବନେଶ୍ବରରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ତେବେ ତାଙ୍କ ଘରେ ସ୍ତ୍ରୀ ତୁଳସୀ, ଦୁଇ ପୁଅ ଜ୍ୟୋତି ଶଙ୍କର (୬) ଓ ଭୋଳା ଶଙ୍କର (୫) ଏବଂ ଝିଅ ଯଶୋଦା (୧୦) ଘରେ ରହୁଥିଲେ।
ଗତ ରାତିରେ ୪ଜଣ ଥିବା ଉକ୍ତ ପରିବାରର ଘର କାନ୍ଥକୁ ଲାଗି ଜ୍ୟୋତି ଶଙ୍କର ଓ ଯଶୋଦା ଶୋଇଥିବା ବେଳେ ତାଙ୍କ କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁଁ କାନ୍ଥ ତଳେ ଚାପି ହୋଇ ଭାଇ ଭଉଣୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ଅନ୍ୟ ପାର୍ଶ୍ବରେ ଶୋଇଥିବା ମାଆ ତୁଳସୀ ଓ ଭୋଳା ଉଭୟ ବର୍ତ୍ତି ଯାଇଛନ୍ତି। ତେବେ ଏହି ହୃଦୟବିଦାରକ ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଉଭୟ ମୃତକଙ୍କୁ ଏବେ ଉଦଳା ଡାକ୍ତରଖାନାରେ ରଖାଯାଇଛି।

Related Posts

Seo wordpress plugin by www.seowizard.org.