ମୁର୍ଶୁଣ୍ଢ ଖେଳ ପଡିଆ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୫ ର ବ୍ଲକ ଏବଂ ଜ଼ିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ

କମ୍ଭଉଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୫/୪ : ଅଦ୍ୟ ତା. ୨୪.୪.୨୦୨୫ ରିଖ (ଗୁରୁବାର) ଦିନ ସକାଳ ଘ.୧୦. ୩୦ ମିନିଟ ସମୟରେ ମୁର୍ଶୁଣ୍ଢ୧ ସ୍ଥିତ ଖେଳ ପଡିଆ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ର ବୌଦ୍ଧ ବ୍ଲକ ଏବଂ ଜ଼ିଲ୍ଲା ସ୍ତରୀୟ ଉତ୍ସବ ମହସମାରୋହ ରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ ।
ସମ୍ମାନୀତ ଅତିଥି ଭାବରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ଜିଲ୍ଲା ପରିଷଦ ଜୋନ ୪ ର ସଦସ୍ୟ ରାକେଶ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ଆରମ୍ଭ ରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ, ପ୍ରଭାସ ଚନ୍ଦ୍ର ଦଣ୍ଡସନା ଅତିଥି ପରିଚୟ ପ୍ରଦାନ, ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସହକାରୀ ନିବନ୍ଧକ, ସମବାୟ ସମିତି ସମୁହ, ବୌଦ୍ଧ ହାଡିବନ୍ଧୁ ମହାକୁଡ଼ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ବୌଦ୍ଧ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ଏହି ଅବସରରେ ବୌଦ୍ଧ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟା, ଅଙ୍ଗନୱାଡି କର୍ମୀ,ଜ଼ିଲ୍ଲା ଏବଂ ବ୍ଲକ ସ୍ତରୀୟ ଅଧିକାରୀ, କର୍ମଚାରୀ,ସମସ୍ତ ଏ. ପି. ଡି., ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ବୌଦ୍ଧ ବ୍ଲକ ଏବଂ ଜ଼ିଲ୍ଲା ପରିଷଦ କାର୍ୟ୍ୟକ୍ଷଳୟ ର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଗଣମାଧ୍ୟମ ପ୍ରତିନିଧି,ଜନସାଧାରଣ,ମିଶନ ଶକ୍ତି ଏବଂ ମିଲେଟ ଶକ୍ତି ମାଆ ମାନେ ଯୋଗ ଦେଇଥିଲେ ।
ରାଜ୍ୟ ସ୍ତରୀୟ ପଞ୍ଚାୟତିରାଜ ଦିବସ କାର୍ୟ୍ୟକ୍ରମର ଆଭାସୀ ମାଧ୍ୟମରେ ସିଧା ପ୍ରସାରଣ କରାଯାଇଥିଲା ।
ଉକ୍ତ ଅବସରରେ ଅତିଥି ମାନଂକ ଦ୍ବାରା ଶ୍ରେଷ୍ଠ ପଞ୍ଚାୟତ ପୁରସ୍କାର, ଶ୍ରେଷ୍ଠ ପୃଷ୍ଟି ପଂଚାୟତ ପୁରସ୍କାର, ଅନ୍ତ୍ୟୋଦୟ ଗୃହ ଯୋଜନା ର କାର୍ୟାଦେଶ ବଣ୍ଟନ, ନୂତନ ଖାଉଟି କାର୍ଡ ବଣ୍ଟନ,ବୃକ୍ଷଚାରା ବଣ୍ଟନ,ବ୍ୟକ୍ତିଗତ ଘରୋଇ ଶୌଚାଳୟ ର କାର୍ଯ୍ୟାଦେଶ ବଣ୍ଟନ, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ବଣ୍ଟନ, ଏମ ଜି ଏନ ଆର ଇ ଜି ଏସ ବ୍ୟକ୍ତିଗତ କାର୍ଯ୍ୟ ।
ଦେଶବଣ୍ଟନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ସି ଆଇ ଏଫ ଅନୁଦାନ ବଣ୍ଟନ ଓ ଅନ୍ୟାନ୍ୟ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ।
ଏହି ବଣ୍ଟନ କାର୍ଯ୍ୟକ୍ରମ କୁ ଏ. ବି. ଡି. ଓ., ବୌଦ୍ଧ ବ୍ଲକ ସୁଦାମ ଚରଣ ସାମଲ, ଡି. ପି. ସି. ମିଶନଶକ୍ତି ରଶ୍ମିରଂଜନ ସେଠୀ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭ ରେ ପହଲଗାମ ଠାରେ ଆତଙ୍କବାଦୀ ଙ୍କ ଆକ୍ରମଣ ରେ ମୃତ ପର୍ଯ୍ୟଟକ ମାନଙ୍କ ଆତ୍ମକ୍ଷ ର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।