Odisha News

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ରାଜ୍ୟରେ ଲାଗୁହେବ ଏକୀକୃତ ପେନସନ ଯୋଜନା

ଭୁବନେଶ୍ୱର,୮/୨: ଗତକାଲି ସନ୍ଧ୍ୟାରେ କ୍ୟାବିନେଟରେ୧୧ ଟି ବିଷୟରେ ଆଲୋଚନା ହେବା ସହ ଏହି ପ୍ରସ୍ତାବରେ ମୋହର ବାଜିଛି। ଏଥିରୁ ଗୁରୁତ୍ବପୂର୍ଣ୍ଣ ହେଉଛି ପେନସନ୍ ସ୍କିମ୍ । ସରକାରୀ କର୍ମଚାରୀଙ୍କୁ ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ୍ ମିଳିବାକୁ ସୁନିଶ୍ଚିତ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ, କେନ୍ଦ୍ର କ୍ୟାବିନେଟ ୟୁନିଫଆଡ ପେନସନ ଯୋଜନାକୁ ଅନୁମୋଦିତ କରିଛନ୍ତି । ୨୦୨୫ ପହିଲାରୁ ଏହା କାର‌୍ୟ୍ୟକାରୀ ହେବାର ଅଛି । ଓଡ଼ିଶା ସରକାର ମଧ୍ୟ ଏହି ଯୋଜନାକୁ ସରକାରୀ କର୍ମଚାରୀଙ୍କ ପାଇଁ କାର‌୍ୟ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୁନିଶ୍ଚିତ ପେନସନ୍, ପାରିବାରିକ ପେନସନ୍, ମଚୁଦ୍ରା ସ୍ଫିତି ଆଦି ବିଭିନ୍ନ ପ୍ରସଙ୍ଗକୁ ଦୃଷ୍ଟି ରଖି ବିଭିନ୍ନ ସଙ୍ଗଠନର ଦାବିକୁ ଦୃଷ୍ଟିରେ ରଖି ୟୁନିଫାଏଡ୍ ପେନସନ୍ ସ୍କିମକୁ କେନ୍ଦ୍ର ପକ୍ଷରୁ ମଞ୍ଜୁରୀ ମିଳିଛି ।
ଓଡିଶା ସରକାର ମଧ୍ୟ ୟୁନିଫାଏଡ୍ ପେନସନ୍ ସ୍କିମ୍ ପାଇଁ ଓଡିଶାକୁ ସହମତି ପ୍ରଦାନ କରିଛନ୍ତି । ଯେଉଁ ସରକାରୀ କର୍ମଚାରୀମାନେ ଏନପିଏସ୍ ବା ନ୍ୟାସନାଲ ପେନସନ୍ ସ୍କିରେ ପେନସନ୍ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନଙ୍କ ପାଇଁ ୟୁନିଫାଏଡ୍ ପେନସନ୍ ସ୍କିମ ଲାଗୁ ହେବ।
ୟୁନିଫାଏଡତ ପେନସନ୍ ସ୍କିମର ବୈଶିଷ୍ଟ୍ୟ :
ସୁନିଶ୍ଚିତ ପେନସନ୍ :
୨୫ ବର୍ଷର ସେବା ପ୍ରଦାନ କରିଥିବା ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ମୂଳ ଦରମା ବା ବେସିକ ସାଲାରିର ୫୦ ପ୍ରତିଶତକୁ ପେନସନ୍ ଭାବେ ଦିଆଯିବ । ଏହି ପେନସନକୁ ସେମାନେ ସିଧାସଳଖ ପାଇବେ। ୧୦ ବର୍ଷରୁ ୨୫ ବର୍ଷ ସେବା ଅବଧି ପାଇଁ ସେହି ଅନୁପାତରେ ପେନସନ୍ ମିଳିବ।
ପାରିବାରିକ ପେନସନ୍ ;
ସରକାରୀ କର୍ମଚାରୀ ଯେଉଁ ପରିମାଣର ପେନସନ୍ ପାଉଥିବେ, ତାଙ୍କ ମୃତ୍ୟୁ ପରେ ତାଙ୍କ ଉପରେ ନିର୍ଭର କରୁଥିବା ପାରିବାରର ସଦସ୍ୟଙ୍କୁ ତାହାର ୬୦ ପ୍ରତିଶତ ପେନସନ୍ ଆକାରରେ ମିଳିବ।
ସୁନିଶ୍ଚିତ ସର୍ବନିମ୍ନ ପେନସନ୍;
ସରକାରୀ କର୍ମଚାରୀଙ୍କ ଦରମା ଯାହା ହେଉନା କାହିଁକି, ସେମାନଙ୍କର ସେବା ସମୟ ୧୦ ବର୍ଷ ପୂରଣ ହୋଇଥିଲେ ସେମାନଙ୍କୁ ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ୍ ମିଳିବ। ମୁଦ୍ରାସ୍ଫିତି ଅନୁରୂପ ପେନ୍‌ସନ୍ ନିର୍ଦ୍ଧାରଣ : ସୁନିଶ୍ଚିତ ପେନ୍‌ସନ୍, ସୁନିଶ୍ଚିତ ପାରିବାରିକ ପେନସନ୍ ଓ ସୁନିଶ୍ଚିତ ସର୍ବନିମ୍ନ ପେନ୍‌ସନ୍ ଉପରେ, ସେବା କର୍ମଚାରୀଙ୍କ କ୍ଷେତ୍ରରେ ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ବା ଉକ୍ଟଦ୍ଭଗ୍ଦଙ୍କଜ୍ଞରକ୍ସ ଚକ୍ସସମର ଓଦ୍ଭୟରଙ୍ଘ ଆଧାରରେ ମହଙ୍ଗା ସହାୟତା ବା ଊରବକ୍ସଦ୍ଭରଗ୍ଦଗ୍ଦ ଜରକ୍ଷସରଲ ମିଳିବ ।
ଅବସର ପରେ ଗ୍ରାଚ୍ୟୁଟି ବ୍ୟତୀତ ଏକକାଳୀନ ରାଶି: ପ୍ରତ୍ୟେକ ସମ୍ପୂର୍ଣ୍ଣ ୬ ମାସ ସେବା ପାଇଁ ଅବସର ତାରିଖରେ ମିଳୁଥ‌ିବା ମାସିକ ପାରିଶ୍ରମିକର ଏକ ଦଶମାଂଶ ଏକକାଳୀନ ରାଶି ଭାବେ ମିଳିବ । ଏହି ରାଶି କାରଣରୁ ସୁନିଶ୍ଚିତ ପେନ୍‌ସନର ପରିମାଣ କିନ୍ତୁ କମ୍ ହେବ ନାହିଁ ।

Related Posts