ଭୁବନେଶ୍ବରରେ ନଡ୍ଡାଙ୍କ ରୋଡ୍ ସୋ

ଭୁବନେଶ୍ୱର,୧୬।୫: ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ନେତାମାନେ ଓଡ଼ିଶାରେ ଡେରା ପକାଇଛନ୍ତି। ଏହି କ୍ରମରେ ଗୁରୁବାର ଭାଜପାର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ରୋଡ ଶୋ’ କାର୍ୟ୍ୟକ୍ରମରେ ଯୋଗଦେବା ଦେଇଛନ୍ତି।
ଏମ୍ପି ପ୍ରାର୍ଥୀ ଅପରାଜିତ ଷଡଙ୍ଗୀ ଓ ବିଧାୟକ ପ୍ରାର୍ଥରୀ ବାବୁ ସିଂ ସାମିଲ ଅଛନ୍ତି। ନଡ୍ଡା ମାଉସୀ ମା’ ମନ୍ଦିରରୁ ଲିଙ୍ଗରାଜ ମନ୍ଦିର ପର୍ୟ୍ୟନ୍ତ ରୋଡ ଶୋ’ କରୁ୍ଲନ୍ତି। ରୋଡ ଶୋ’ରେ ହଜାର ହଜାର କର୍ମୀ ଏବଂ ଜନସାଧାରଣ ସାମିଲ ହୋଇଛନ୍ତି। ଏହାପରେ ନଡ୍ଡା ବରଗଡ଼ର ପଦ୍ମପୁର ଏବଂ ସୁନ୍ଦରଗଡ଼ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶ କାର୍ୟ୍ୟକ୍ରମରେ ଯୋଗଦେବେ।