Odisha News

ଭିଜିଲାନ୍ସ ଜାଲରେ ଉଦଳା ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ: ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭୁବନେଶ୍ୱର,୧୪/୧୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସୋମବାର ସକାଳେ ଉଦଳା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ (ଜଡଝଝ) ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ମୋଟ ୮ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଅନେକ ଗୁଡ଼ିଏ ପ୍ଲଟ୍ ଓ ଫ୍ଳାଟ ଠାବ କରିଛି ଭିଜିଲାନ୍ସ।
ଖଣ୍ଡଗିରି ଆଇଗଣିଆ ଅଞ୍ଚଳରେ ୩ ତାଲା ବିଲ୍ଡିଂ,ପାତ୍ରପଡ଼ା ଅଞ୍ଚଳରେ ଥିବା ଏକ ଫ୍ଲାଟ୍, ଖଣ୍ଡଗିରି ଶପିଂ ପ୍ଲାଜାରେ ଥିବା କନସଲଣ୍ଟାସି ବ୍ୟବସାୟ, ନୟାପଲ୍ଲୀ ଅଞ୍ଚଳରେ ଥିବା ତ୍ରିବେଣୀ ଅଟୋ ଟେକ୍ସ ପ୍ରାଭେଟ୍ ଲିମିଟେଡ୍ରେ ଏକ ପ୍ଲଟ୍, କେନ୍ଦ୍ରପଡ଼ାରେ ଥିବା ତାଙ୍କ ପୈତୃକ ଘର, କେନ୍ଦ୍ରାପଡ଼ାରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର, ଉଦଳାରେ ଥିବା ଜଡଝଝ ଅଫିସ ଓ ସରକାରୀ ଭବନରେ ଚଢ଼ାଉ କରାଯାଇଛି।
ଜଣେ ଅତିରକ୍ତ ଏସ୍ପି, ୫ ଜଣ ଇନ୍ସପେକ୍ଟର,ଜଣେ ସବ୍ ଇନ୍ସପେକ୍ଟର,୧୧ଜଣ ଏଏସ୍ଆଇ ଓ ପୁଲିସ୍ ଟିମ୍ ଏହି ଚଢ଼ାଉ ସାମିଲ ହୋଇଛନ୍ତି। ଚଢ଼ାଉ ଶେଷ ହୋଇ ନ ଥିବାରୁ ମୋଟ ସମ୍ପତ୍ତିର ଆକଳନ ହୋଇପାରିନି। ଚଢ଼ାଉ ଶେଷ ହେବା ପରେ ଏ ସମ୍ପର୍କରେ ସୂଚନା ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Related Posts

Seo wordpress plugin by www.seowizard.org.