Odisha News

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ପରିବା ବୋଝେଇ ଟ୍ରକ, ଦୁଇ ମୃତ

ବ୍ରହ୍ମପୁର, ୧୮/୧୧: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କୋକୋଳଵା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ପ୍ରାଣହାନି ଘଟିଛି। ସୂଚନା ଅନୁଯାୟୀ ମୃତକ ଟ୍ରକର ଡ୍ରାଇଭର୍ ଓ ହେଲପର୍।
ମିଳିଥିବା ସୂଚନା ଅନୁଯାୟୀ, ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କୋକୋଳଵା ନିକଟରେ ଆଜି ସକାଳେ ଏକ ପିଆଜ ବୋଝେଇ ଟ୍ରକ୍ ଗଛରେ ପିଟି ହୋଇଥିଲା। ଏହାଫଳରେ ଟ୍ରକର ଡ୍ରାଇଭର୍ ଓ ହେଲପରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଖବର ପାଇ ତାରାସିଙ୍ଗି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଉକ୍ତ ଟ୍ରକଟି ମ
ହାରାଷ୍ଟ୍ରରୁ ପିଆଜ ନେଇ ବ୍ରହ୍ମପୁରକୁ ଆସୁଥିଲା। ଦୁଇ ମୃତକଙ୍କର ପରିଚୟ ମିଳିନାହିଁ।

Related Posts

Seo wordpress plugin by www.seowizard.org.