Odisha News

ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନେଇ ଚାଲିଛି ସାଧାରଣ ବିଦ୍ୟୁତ ଡିଭିଜନ-୨ (କଟକ)

246 posts vacant in office of Executive Engineer,General Electrical Division No.ll, Cuttack
ମହେନ୍ଦ୍ର ଦର୍ଜୀଙ୍କ ରିପୋର୍ଟ
ବଲାଙ୍ଗୀର, ୯/୧୦/ ବ୍ୟାପକ ଛଟେଇ ପରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନେଇ ଚାଲିଛି ରାଜ୍ୟ ପ୍ରଶାସନ !  ଆର୍ ଟି ଆଇ  ଏକ୍ଟିଭିଷ୍ଟ୍ ପ୍ରଦୀପ ପ୍ରଧାନ ସୂଚନା ଅଧିକାର   ଆଇନ ବଳରେ ମାଗିଥିବା ତଥ୍ୟ ଅନୁଯାୟୀ,Office of Executive Engineer,General Electrical Division No.ll, Cuttack ରେ ୨୪୬ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି ।
ରାଜ୍ୟର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରି ବ୍ୟାପକ ଅର୍ଥ ବନ୍ଦୋବସ୍ତ କରିଛନ୍ତି । ବର୍ତମାନ ରାଜ୍ୟ ସରକାର ଙ୍କ ବାର୍ଷିକ ବଜେଟ ହାରାହାରି ଦୁଇ ଲକ୍ଷ କୋଟି ପାଖାପାଖି ହେଲାଣି।ସରକାରଙ୍କ ସବୁ ଯୋଜନାକୁ ସଠିକ୍ ରୂପେ କାର୍ଯକାରୀ କରିବା ପାଇଁ ବ୍ୟାପକ ମାନବ ସମ୍ବଳ ର ଆବଶ୍ୟକତା ରହିଛି ।
କିନ୍ତୁ ରାଜ୍ୟରେ ମାଳ ମାଳ ଯୋଜନା ବଢ଼ି ଚାଲିଥିବା ବେଳେ ବିପୁଳ ଅର୍ଥ ର ପରିମାଣ ମଧ୍ୟ ବଢୁଛି ।ଏହି ସବୁ ଯୋଜନା କୁ ସଫଳ ରୂପାୟନ ଦେବା ପାଇଁ ସରକାରୀ କର୍ମଚାରୀ ଙ୍କ ସଂଖ୍ୟା ବଢିବା ପରିବର୍ତ୍ତେ କମିବାରେ ଲାଗିଛି।ଅନେକ ପଦ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି।ଅନେକ ସରକାରୀ କାର୍ଯ୍ୟାଳୟରେ କାମଚଳା କର୍ମଚାରୀ ଙ୍କୁ ନେଇ କାମ ଚାଲିଛି । ଖାଲି ପଡ଼ିଥିବା ପଦବୀ ଗୁଡ଼ିକୁ ପୂରଣ କରାନଯାଇ ଭଡ଼ାଟିଆ କର୍ମଚାରୀ ( Contractual Staff) ଙ୍କୁ ବା Out Sourcing ସଂସ୍ଥା ମାନଙ୍କ ମାଧ୍ୟମରେ ସ୍ୱଳ୍ପ ବେତନ କର୍ମଚାରୀ ନିଯୁକ୍ତି ଦେଇ କାମ କରାଯାଉଛି ।
ଏହି କର୍ମଚାରୀ ମାନେ ଚାକିରି ଚାଲିଯିବାର କ୍ରମାଗତ ଆଶଙ୍କାରେ କିଛି କିଛି କାମ ନିଷ୍ଠା ର ସହ କରୁଥିବା ଦେଖିବାକୁ ମିଳୁଛି।ଏହି କର୍ମଚାରୀ ମାନଙ୍କର କର୍ମ ତପ୍ତରତା ଯୋଗୁଁ ରାଜ୍ୟ ପ୍ରଶାସନ ଚାଲିଛି ବୋଲି ଜଣା ପଡ଼ୁଛି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ପଦବୀ ବେଶୀ ଖାଲି ପଡ଼ିଛି ।ଏହି ଶ୍ରେଣୀ ର କର୍ମଚାରୀ ମାନେ ବେଶୀ କ୍ଷତିଗ୍ରସ୍ତ ହେଉଥିବା ପରିଲକ୍ଷିତ ହୁଏ।ମୋଟା ଅଙ୍କର ଦରମା ପାଉଥିବା ପ୍ରଥମ ଶ୍ରେଣୀ ଅଫିସର ମାନଙ୍କ ପଦବୀ ବେଶୀ ଖାଲି ପଡିନଥିବା ଜଣାଯାଏ । ସୂଚନା ଅଧିକାର ବଳରେ ମଗାଯାଇଥିବା ତଥ୍ୟର ବିବରଣୀ ହେଉଛି,ସମଗ୍ର ରାଜ୍ୟରେ କେଉଁ ସରକାରୀ ଅଫିସ ରେ Sanctioned Post କେତେ,କେତେ ପଦବୀ ଖାଲି ପଡ଼ିଛି, Contractual Post କେତେ ଖାଲି ପଡ଼ିଛି ।ଇତ୍ୟାଦି ତଥ୍ୟ ମାଗିଥିଲେ ।
ମିଳିଥିବା ତଥ୍ୟ ସୂଚାଉଛି ରାଜ୍ୟ ପ୍ରଶାସନର ଦୂରାବସ୍ଥା ଓ ବିକଟାଳ ଚିତ୍ର । କଟକ ସ୍ଥିତ General Electrical Division no.ll ର Executive Engineer କାର୍ଯ୍ୟାଳୟ ରେ ୨୪୬ ପଦବୀ ଖାଲି ପଡ଼ିଛି ।ଆଶ୍ଚର୍ଯ୍ୟ ର ବିଷୟ,ସଂସ୍ଥାର ମୁଖ୍ୟ Executive Engineer ପଦବୀ ଖାଲି ପଡ଼ିଛି ।୨୫ ଟି ଜୁନିଅର ଇଞ୍ଜିନିୟର ପଦବୀ,୬୧ ଟି AC Operator ପଦବୀ,ଲାଇନ୍ ମ୍ୟାନ,Wire-man ପଦବୀ ସବୁ ଖାଲି ପଡ଼ିଛି । ଏଭଳି ସ୍ଥିତିରେ କାର୍ଯ୍ୟାଳୟ କେମିତି ଚାଲିଛି ତାହା ଅନୁମାନ କରାଯାଇପାରେ ।ତେବେ ଏଥିରୁ ଜଣାପଡେ ସରକାରୀ କଳର ଦୁର୍ବଳତା ଯୋଗୁଁ ପ୍ରଶାସନିକ ସ୍ତରରେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ ।

Related Posts

Seo wordpress plugin by www.seowizard.org.