ବଢ଼ିଲା ସରକାରୀ କର୍ମଚାରୀଙ୍କ ଦରମା

ଭୁବନେଶ୍ୱର,୧୯/୯: ଦୁର୍ଗା ପୁଜା ପୁର୍ବରୁ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କୁ ପୁଜା ଭେଟି ଦେଇଛନ୍ତି । ସରକାରୀ କର୍ମଚାରୀଙ୍କ ୩ ପ୍ରତିଶତ ଡିଏ ବୃଦ୍ଧି କରିଛନ୍ତି ସରକାର । ଏହା ପରେ ବଦ୍ଧିତ ମହଙ୍ଗା ଭତା ୩୧ ପ୍ରତିଶତରୁ ବଢିି ୩୪ ପ୍ରତିଶତକୁ ବୃଦ୍ଧି ହୋଇଛି । ଏହି ବଦ୍ଧିତ ଭତ୍ତା ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ ହେବ । ସଂଶୋଧିତ ହେଉଥିବା ପେନ୍ସନ ପାଉଥିବା ପେନ୍ସନ ଉପଭୋକ୍ତାଙ୍କୁ ଟି.ଆଇରେ ତିନି ପ୍ରତିଶତ ବୃଦ୍ଧି କରାଯାଇଛି ।
କର୍ମଚାରୀ ଓ ପେନ୍ସନଭୋଗୀମାନେ ଚଳିତ ମାସ ଦରମାରେ ଏହି ବର୍ଦ୍ଧିତ ଭତା ପାଇବା ସହିତ ୨୦୨୨ ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଭତ୍ତା ଅଗଲା ଭାବେ ଦିଆଯିବ । ଏହା ଦ୍ୱାରା ରାଜ୍ୟ ସରକାରଙ୍କ ୪ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।