ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ଡିଜିଟାଲ ଆରେଷ୍ଟ୍ର ଶିକାର: ୧୪ ଲକ୍ଷ ଠକିନେଲେ ଠକ

ବ୍ରହ୍ମପୁର,୨୫/୨ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭିସି ସାଇବର ଠକେଇର ଶିକାର ହୋଇଛନ୍ତି । ପ୍ରଫେସର ଗୀତାଞ୍ଜଳୀ ଦାସଙ୍କୁ ସାଇବର ଠକେଇ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଡିଜିଟାଲ ଆରେଷ୍ଟ କରି ତାଙ୍କ ଠାରୁ ୧୪ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ଆସିଛି । ଏନେଇ ସାଇବର ଥାନାରେ ସେ ଅଭିଯୋଗ କରିଛନ୍ତି ।
ଭିସିଙ୍କ ନାଁରେ ସୁପ୍ରିମକୋର୍ଟରେ ମାମଲା ଚାଲିଥିବାର ଧମକ ଦେଖାଇ ଡିଜିଟାଲ ଆରେଷ୍ଟ କରିଥିଲେ ଲୁଟେରା । ଦୀର୍ଘ ୩ ଧରି ଡିଜିଟାଲ ଆରେଷ୍ଟ କରିଥିଲେ ଲୁଟେରା । କୁଳପତି ମଧ୍ୟ ତାଙ୍କ ଧମକରେ ଡ଼ରିଯାଇ ଲୁଟେରାଙ୍କ କଥାକୁ ବିଶ୍ୱାସ କରି ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି ।
ଡିଜିଟାଲ ଆରେଷ୍ଟକୁ ନେଇ ବାରମ୍ବାର ସଚେତନ ପରେ ବି ବିଶ୍ୱବିଦ୍ୟାଳୟର ଜଣେ କୁଳପତି ଏଥିରେ ଶିକାର ହେବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଅଭିଯୋଗ ପରେ ଘଟଣାର ତଦନ୍ତ କରାଯାଉଥିବା ନେଇ ଏସପି ସୂଚନା ଦେଇଛନ୍ତି ।