Odisha News

ବୌଦ୍ଧରେ ହିନ୍ଦୀ ଦିବସ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ;୧୫/୯ : ବୌଦ୍ଧ ଜିଲ୍ଲା ନେହେରୁ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ରାଜଲକ୍ଷ୍ମୀ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ହିନ୍ଦୀ ଦିବସ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବରେ ହିନ୍ଦୀ ଶିକ୍ଷୟତ୍ରୀ ଅର୍ଚ୍ଚନା ହୋତା ଯୋଗ ଦେଇ ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇ ଥିଲେ, ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ହିନ୍ଦୀ ଭାଷାରେ ପ୍ରବନ୍ଧ , ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା, କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା,କାର‌୍ୟ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା ଆସ୍ମାନ ମହାକୁଡ଼ ପରିଚାଳନା କରିଥିଲେ ।
ବୌଦ୍ଧ ଏନଏସିର ବିଭିନ୍ନ ପ୍ରକଳ୍ପ ବୁଲି ସମୀକ୍ଷା କଲେ ଜିଲ୍ଲାପାଳ ଓ ଅଧ୍ୟକ୍ଷ
ବୌଦ୍ଧ;୧୫/୯: ଜିଲ୍ଲାପାଳ ସତ୍ୟରଂଜନ ସାହୁ ବୌଦ୍ଧଗଡ ଏନଏସି ଅଧିନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହିତ ଏ ସଂପର୍କରେ ସମୀକ୍ଷା କରିଛନ୍ତି । ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସାହୁ ଓ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂକଳ ପ୍ରକଳ୍ପ ଓ ପ୍ରସ୍ତାବିତ ପ୍ରକଳ୍ପ ସବୁ ବୁଲି ଦେଖିଥିଲେ ।
ସହରର ବାପୁଜୀନଗର ଶଙ୍ଖଚୂଡ ପୋଖରୀ ଓ ରାଜନପାଲି ପୋଖରୀର ଉନ୍ନତିକରଣ କାର୍ଯ୍ୟ ଓ ଐତିହାସିକ ରାମେଶ୍ୱର ମନ୍ଦିର ସମ୍ମୁଖରେ ନିର୍ମାଣାଧିନ ରାମେଶ୍ୱର ଉଦ୍ୟାନ ବୁଲି ଦେଖିବା ସହିତ ଜିଲ୍ଲାପାଳ ଏନଏସି କର୍ତ୍ତୃପକ୍ଷଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।
ଏଥିସହିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ମହାନଦୀରେ ପ୍ରସ୍ତାବିତ ଶ୍ମସାନଘାଟ ନିର୍ମାଣ,ବାଇପାଶ ରାସ୍ତାରେ ଜଗଦିଶପୁର ଛକର ଉନ୍ନତି କରଣ,ନୂତନ ପ୍ରସ୍ତାବିତ ବସଷ୍ଟାଣ୍ଡ ଓ ଟ୍ରକ ଟର୍ମିନାଲ,ପଶ୍ଚିମା ଭବନ,ମହାନଦୀରେ ସହରର ଉପରମୁଣ୍ଡ ମୁରୁଷୁଣ୍ଢି ପର୍ଯ୍ୟନ୍ତ ବନ୍ୟା ନିୟନ୍ତ୍ରଣ ପାଇଁ ଆଡିବନ୍ଧ ନିର୍ମାଣ,ମହାନଦୀ ବ୍ରିଜଛକରେ ଭେଣ୍ଡିଂଜୋନ ଓ ପାନୀୟଜଳ ପ୍ରକଳ୍ପ ନିର୍ମାଣ ଓ ପୁରୁଣାବ୍ଲକ ଛକଠାରେ ପ୍ରସ୍ତାବତ ଭେଣ୍ଡିଂଜୋନ ନିର୍ମାଣ ଏବଂ କୁଷ୍ଠାଶ୍ରମର ଅନ୍ତେବାସୀଙ୍କ ପାଇଁ ଉତମ ବାସଗୃହ ନିର୍ମାଣ ଆଦି କାର୍ଯ୍ୟ ବୁଲି ଦେଖିବା ସହିତ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକର ସମୀକ୍ଷା କରି ବିଭିନ୍ନ ପରାମର୍ଶ ଦେଇଥିଲେ ।
ସମୁଦାୟ ୧୪ଟି ପ୍ରକଳ୍ପ ବୁଲିଦେଖିବା ପରେ ସହରର ବିକାଶ ପାଇଁ ଏନଏସି ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ ପାଇଁ ଅର୍ଥର ଅଭାବ ରହିବନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ସାହୁ ପ୍ରକାଶ କରିବା ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ସବୁର ନିର୍ମାଣ କାର୍ଯ୍ୟ ସାରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଏନଏସି ନିର୍ବାହୀ ଅଧିକାରୀ ଇଂ.ମନୋରଂଜନ ପଣ୍ଡା,କନିଷ୍ଠ ଯନ୍ତ୍ରୀ ପବିତ୍ର କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ ବ୍ଲକ ସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ
ବୌଦ୍ଧ;୧୫/୯:ବୌଦ୍ଧ ବ୍ଲକ ସ୍ତରୀୟ ସେପ୍ଟେମ୍ବର ମାସର ପ୍ରଥମ ଶିକ୍ଷା ସମୀକ୍ଷା ବୈଠକ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ତେଲିବନ୍ଧ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟ ମାନଙ୍କରେ ପିଲାଙ୍କ ଶିକ୍ଷଣ ସ୍ଥିତି କିପରି ଅଛି, କେତେ ପିଲାଙ୍କ ଶିକ୍ଷଣ ଅଗ୍ରଗତି ହୋଇଛି । କେତେ ପିଲା ପଛୁଆ ଅଛନ୍ତି । ସ୍ପଟ ମୂଲ୍ୟାୟନ ତଥ୍ୟ ସିଆରସିସି ମାନଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘିବେଲା ପଚାରି ବୁଝିଥିଲେ ।
ପ୍ରାଥମିକ ସ୍ତରରେ ପିଲାମାନେ ଯେପରି ନିର୍ଭୁଲ ଭାବରେ ପଢ଼ିପାରିବେ, ବୁଝିପାରିବେ, ସଂଖ୍ୟା ଗଣନ, ଲିଖନ, ଗାଣିତିକ ସମସ୍ୟାର ସମାଧାନ କରିବାକୁ ସମର୍ଥ ହେବେ । ସେଥିପ୍ରତି ଶିକ୍ଷକ ଶିକ୍ଷୟିତ୍ରୀ ଅଧିକ ଗୁରୁତ୍ୱ ଦେବେ ବୋଲି ପରାମର୍ଶ ଦେଇଥିଲେ,ସହଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତଦଳବେହେରା ପ୍ରି ମାଟ୍ରିକ ସ୍କୋଲାରସିପ, ଇନଷ୍ପାୟାର ଆୱାର୍ଡ, ସ୍କୁଲ ମନିଟରିଙ୍ଗ,ପାଠ ପଢ଼ାରେ ଆଗ୍ରହ, ମଧ୍ୟାହ୍ନ ଭୋଜନ, ମୋ ସ୍କୁଲ ଅଭିଯାନ ଆର୍ଥିକ ଖର୍ଚ୍ଚ ବିବରଣୀଆଦି ବିଭାଗୀୟ ଆଲୋଚନା କରିଥିଲେ,ସି ଆର ସି ସି ରାଜକୁମାର ପ୍ରଧାନ ଜମି ପଟ୍ଟା
ବିଷୟରେ ଆଲୋଚନା କରିବା ସହିତ ଧନ୍ୟବାଦ ଦେଇଥିଲେ,ସି ଆର ସି ସି ନିରଞ୍ଜନ ମେହେର, ସଞ୍ଜୟ ଦେହୁରୀ, ବିଜୟ ମାର ଭୋଇ, ପୂର୍ଣ୍ଣ ଚନ୍ଦ୍ର କରଡିଆ, ସନତ କୁମାର ବାରିକ,ସନ୍ତୋଷ କୁମାର କର୍ଣ୍ଣ, ସନ୍ତୋଷ କୁମାର ଶତପଥୀ, ଅରବିନ୍ଦ ମହାଲିକ, ଅନାଦି ଚରଣ ବେହେରା, ତୋଷଣ ମହାକୁଳ, ସୌମିତ୍ରୀ କର୍ଣ୍ଣ ପ୍ରମୁଖ ସମସ୍ତ ସି ଆର ସି ସି ନିଜ ନିଜର ତଥ୍ୟ ପ୍ରଦାନ କରିଥିଲେ ।

Related Posts

Seo wordpress plugin by www.seowizard.org.