Odisha News

ବୌଦ୍ଧରେ ବିଶ୍ବ ରକ୍ତଦାତା ଦିବସ ପାଳିତ : ଜିଲ୍ଲାରେ ବାର୍ଷିକ ଛଅ ହଜାର ୟୁନିଟ୍ ରକ୍ତ ଆବଶ୍ୟକ, ଜନ ସାଧାରଣ ସଚେତନ ହେଲେ ରକ୍ତର ଅଭାବ ରହିବ ନାହିଁ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ ,୧୫/୬: ରବିବାର ସମଗ୍ର ବିଶ୍ଵରେ ବିଶ୍ଵ ରକ୍ତଦାତା ଦିବସ ପାଳନ ଅବସରରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ କେନ୍ଦ୍ରରେ ଏହା ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ରକ୍ତ କେନ୍ଦ୍ର ଅଧିକାରୀ ଡାକ୍ତର ହେମ୍ବ୍ରମ ରକ୍ତ କେନ୍ଦ୍ରର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।
ସମ୍ମାନୀତ ଅତିଥି ଭାବେ ଏଡିଏମଓ ଡଃ କିଶୋର ପଟ୍ଟନାୟକ, ଭେଷଜ ବିଶେଷଜ୍ଞ ଡାକ୍ତର ଅଶୋକ କୁମାର ପ୍ରଧାନ, ଡିପିଏମ ଗିରିଜା ମିଶ୍ର ରକ୍ତ ଦାନର ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ ।
ସ୍ୱେଚ୍ଛାକୃତ ରକ୍ତଦାତା ଓ ପ୍ରବର୍ତ୍ତକ ସଂଘର ସଭାପତି ପ୍ରବୀର କୁମାର ଦାସ, ସମ୍ପାଦକ ଦେବାଶିଷ ପୁରୋହିତ, ଉପଦେଷ୍ଟା ଜୟ ନାରାୟଣ ମହାନ୍ତି, କାଉନ୍ ସେଲର ସୁରେଶ୍ଵର ଯୋଶୀ ରକ୍ତଦାନ ଶିବିର ଆୟୋଜନରେ ରହିଥିବା ସମସ୍ୟାର ସମାଧାନ ଓ ରକ୍ତଦାତା ମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଓ ସମ୍ମାନ ଦିଆଗଲେ ରକ୍ତ ସଂଗ୍ରହ ବୃଦ୍ଧି ପାଇପାରିବ ବୋଲି ମତ ପ୍ରକାଶ କରିଥିଲେ ।
ଏହି ଅବସରରେ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକ ଅନୁଷ୍ଠାନ ମାନଙ୍କୁ ଟ୍ରଫି ଦେଇ ସମ୍ବର୍ଦ୍ଧନା ପ୍ରଦାନ କରା ଯାଉଥିଲା ।
ଜିଲ୍ଲାରେ ବାର୍ଷିକ ଛଅ ହଜାର ୟୁନିଟ୍ ରକ୍ତ ଆବଶ୍ୟକ ରହିଥିବାରୁ ଏକ ଶହ ଶିବିର ଆୟୋଜନ କରିବା ପାଇଁ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇ ଥିଲା ।
ବର୍ଷକୁ ଦୁଇଥର ତାଲିମ ଶିବିର ଆୟୋଜନ କରିବା ସହିତ ସଂଗଠନ ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଗଲେ କାର୍ଯ୍ୟକର୍ତ୍ତା ଉତ୍ସାହିତ ହେବେ ବୋଲି ମତ ପ୍ରକାଶ ପାଇଥିଲା ।
ଶେଷରେ ଡିପିଏମ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ରକ୍ତ କେନ୍ଦ୍ରର କର୍ମଚାରୀ ରଘୁନାଥ ସାହୁ, ଦିଲ୍ଲୀପ କୁମାର ଭୋଇ, ରୁତମ୍ଭରା ସାହୁ, ସୁରଜ ଭୋକ୍ତା ପରିଚାଳନା କରିଥିଲେ ।
ରକ୍ତ କେନ୍ଦ୍ର ଠାରେ ଆୟୋଜିତ ରକ୍ତଦାନ ଶିବିରରେ ସ୍ୱେଚ୍ଛାକୃତ ଭାବରେ ଉତ୍ସାହର ସହିତ ରକ୍ତଦାତାମାନେ ରକ୍ତଦାନ କରିଥିଲେ ।

Related Posts