Odisha News

ବୌଦ୍ଧରେ ନ୍ୟାୟିକ ଅଧିକାରୀଙ୍କ ନୂତନ କ୍ୱାର୍ଟର୍ସର ଭିତ୍ତିପ୍ରସ୍ତର ସ୍ଥାପନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୪/୯ : ବୌଦ୍ଧରେ ନ୍ୟାୟିକ ଅଧିକାରୀମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ସି ଟାଇପ୍ କ୍ୱାର୍ଟର୍ସର ଭିତ୍ତିପ୍ରସ୍ତର ଆଜି ସ୍ଥାପିତ ହୋଇଛି।
ହାଇକୋର୍ଟ ଅଫ୍ ଓଡ଼ିଶାର ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀ ଜଷ୍ଟିସ୍ ହରିଶ ଟଣ୍ଡନ୍ ଏହି ଭିତ୍ତିପ୍ରସ୍ତର ଆଭାସୀ ମାଧ୍ୟମରେ ସ୍ଥାପନ କରିଥିଲେ।
ଏହି ଅବସରରେ ହାଇକୋର୍ଟ ଅଫ୍ ଓଡ଼ିଶାର ମାନ୍ୟବର ବିଚାରପତି ଏବଂ ବୌଦ୍ଧ ଜିଲ୍ଲା ପାଇଁ ଆଡମିନିଷ୍ଟ୍ରେଟିଭ୍ ଜଜ୍ ମିସ୍ ଜଷ୍ଟିସ୍ ସାବିତ୍ରୀ ରାଠୋ ଏବଂ ହାଇକୋର୍ଟର ଅନ୍ୟ ମାନ୍ୟବର ବିଚାରପତିମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ପ୍ରତାପ କୁମାର ପାତ୍ର, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ଅଖିଳ କୁମାର ପଶ୍ଚିମକବାଟ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍, ରେଜିଷ୍ଟ୍ରାର-କମ୍-ଏଏସ୍‌ଜେ ଶ୍ରୀ ନିରଞ୍ଜନ ପାତ୍ର, ଜିଲ୍ଲାପାଳ ଶ୍ରୀ ବିଭୁତି ଭୁଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ସିଭିଲ୍ ଜଜ୍ ସିନିୟର ଡିଭିଜନ୍ (ମହିଳା ଅଦାଲତ) ଶ୍ରୀମତୀ ସୁନନ୍ଦା ସାହୁ, ସିଭିଲ୍ ଜଜ୍ (ସିନିୟର ଡିଭିଜନ୍) ଶ୍ରୀମତୀ ଅନୁଶିଳା ରୟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ରାୟ, ସିଭିଲ୍ ଜଜ୍ (ଜୁନିୟର ଡିଭିଜନ୍)-କମ୍-ଏସ୍‌ଡିଜେଏମ୍ ବୌଦ୍ଧ ଶ୍ରୀ ନିରଞ୍ଜନ ଦାଶ ଏବଂ ଅତିରିକ୍ତ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ୍)-କମ୍-ଜେଏମ୍‌ଏଫ୍‌ସି ଶ୍ରୀମତୀ ସୁସ୍ମିତା ପ୍ରିୟଦର୍ଶିନୀ ଉପସ୍ଥିତ ଥିଲେ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ବାର୍‌ର ପ୍ରତିନିଧି ଏବଂ ଆଇନଜୀବୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ସିଭିଲ ଓ କ୍ରିମିନାଲ ବାର୍ ସଚିବ ଶାନ୍ତନୁ କୁମାର ମହାପାତ୍ର ଓ ନିକୁଞ୍ଜ ମାଧବ ବେହେରା ଏବଂ ଜିଲ୍ଲା ବାର ସଚିବ ଧବଳେଶ୍ୱର ମନହିରା ଉପସ୍ଥିତ ଥିଲେ କ୍ଷ ଏହାସହିତ ଜିଲ୍ଲା ବାର୍‌ର ବରିଷ୍ଠ ଆଇନଜୀବୀ ସୁଧୀର କର୍ଣ୍ଣ, ନବ କୁମାର ମିଶ୍ର, ତାରେଣୀ ମହାପାତ୍ର, ଓମ୍ ପ୍ରକାଶ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସନ୍ଦୀପ ଛୁଆଳସିଂ, ନିର୍ବାହୀ ଯନ୍ତ୍ରୀ କୁନା ଚରଣ ସିଂ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ସମାରୋହରେ ଯୋଗ ଦେଇଥିଲେ ।
ବୌଦ୍ଧରେ ନ୍ୟାୟିକ ଅଧିକାରୀମାନଙ୍କ ପାଇଁ ଆବାସିକ ସୁବିଧାର ବିକାଶ ନ୍ୟାୟ ବ୍ୟବସ୍ଥାର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହିତ ନ୍ୟାୟିକ ପ୍ରଶାସନର ସୁବିଧା ଓ କାର୍ଯ୍ୟକ୍ଷମତା ବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟ ବିଚାରପତି ଆଶା ପ୍ରକାଶ କରିଥିଲେ ।

Related Posts