Odisha News

ବୌଦ୍ଧରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଜୀଙ୍କ ଜୟନ୍ତୀ ନିରାଡ଼ମ୍ବର ଭାବେ ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୫/୫ : ବୌଦ୍ଧ ସହର ରାଜାନପାଲି ସ୍ଥିତ ଆର୍ଟ ଅଫ ଲିଭିଙ୍ଗ ସେଣ୍ଟର ଠାରେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଜୀଙ୍କ ଜୟନ୍ତୀ ପାଳନ ହୋଇଯାଇଛି ।
ସର୍ବ ପ୍ରଥମେ ଗୁରୁଜୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୁର୍ବକ ଧୂପ, ଦୀପ ପ୍ରଜ୍ୟୋଲନ ପରେ ଗୁରୁବାନ୍ଦନା, ଭଜନ, କୀର୍ତ୍ତନ ଓ ସତସଙ୍ଗ କରାଯାଇଥିଲା ।
ଏହାପରେ ପେହେଲଗାମ ଠାରେ ଆତଙ୍କବାଦୀ ମାନଙ୍କ ଗୁଳିରେ ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକ ଓ ଭାରତୀୟ ସେନା ମାନେ ସହିଦ ହୋଇଥିବାରୁ ନିରାଡ଼ମ୍ବର ଭାବେ ଜନ୍ମଦିନ ପାଳନ ପୁର୍ବକ ଦୁଇ ମିନିଟ ନୀରବ ପାର୍ଥନା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଗୁରୁ ଭାଇ ଓ ଭଉଣୀ ରିତାକାନ୍ତି ବଳିୟାରସିଂ, ସୁନିତା ଦାଶ, ଅନିଲ ଦଲାଲ,ବିଜୟ କୁମାର ସାହୁ,ବିଜୟ କୁମାର ପ୍ରଧାନ, ସୁଜ୍ଞାନ କୁମାର ପାତ୍ର ଓ କୃତ୍ତିବାସ ପଲିଆ ଅଂଶ ଗ୍ରହଣ କରିଥିଲେ ।

Related Posts