Odisha News

ବୌଦ୍ଧ: ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୩: ବିରନରସିଂପୁର ବନ ବିଭାଗ ନର୍ସରୀ ଠାରେ ଗଡଜାତ ସାଂସ୍କୃତିକ ପରିଷଦ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁଖ୍ୟ ଅତିଥିଭାବେ ଉପ ଜିଲ୍ଲାପାଳ ସନତ କୁମାର ନାଏକ ଉପସ୍ଥିତ ହୋଇ ଉଦଘାଟନ କରିବାସହ ରକ୍ତଦାନ କରିବା ଦ୍ୱାରା ମଣିଷ ଶରୀର ଓ ମାନସୀକ ସ୍ତରରେ ଆରୋଗ୍ୟ ରହିଥାଏ ।
ଆଜିର ଯୁବଗୋଷ୍ଠି ସ୍ୱତପ୍ରବୃତଭାବେ ରକ୍ତଦାନ କରିବା ପାଇଁ ଆଗେଇ ଆସୁଥିବାରୁ ଏହାଦ୍ୱାରା ସମାଜରେ ଏକ ଆରୋଗ୍ୟର ବାତାବରଣ ସ୍‌ୃଷ୍ଟି ହୋଇପାରିଛି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିବାସହ ରକ୍ତଦାତାଙ୍କୁ ମାନପତ୍ରଦେଇ ସମ୍ମାନୀତ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଗଡଜାତ ପରିଷଦର ମାର୍ଗଦର୍ଶକ ପୁର୍ଣ୍ଣଚନ୍ଦ୍ର ଗାଇଗୌରୀଆ, ରଘୁନାଥ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
ପରିଷଦର ସଭାପତି ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ସଂପାଦକ ଦେବାଶିଷ ମହାକୁଳ, ସଦସ୍ୟ କମ୍ଭୁ ପ୍ରଧାନ, ସୁଜ୍ଞାନ ପ୍ରଧାନ,ବିରାଜ ମହାକୁଳ, ଶିବାନନ୍ଦ ଆଚାର୍ଯ୍ୟ, ପ୍ରଭାତ ନାଏକ, ଦେବେନ୍ଦ୍ର ସାହୁ, ଦୁଃଖିଶ୍ୟାମ ଗାଇଗୌରୀଆ, ନିଳାଞ୍ଚଳ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଡା. ମଳୟ କୁମାର ସାହୁଙ୍କ ତତ୍ୱାବଧାନରେ ରକ୍ତଭଣ୍ଡାରର କର୍ମଚାରୀ ଯୋଗ ଦେଇଥିଲେ । ଶିବିରରେ ସମୁଦାୟ ୪୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

Related Posts

Seo wordpress plugin by www.seowizard.org.