ବୌଦ୍ଧ ସର୍କିଟ ହାଉସ ଠାରେ ପ୍ରଦେଶ କଂଗ୍ରେସ କମିଟି ଓ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭୋଟ୍ ବଞ୍ଚାଅ ଦେଶ ବଞ୍ଚାଅ ଆନ୍ଦୋଳନ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୦/୧୦ : ବୌଦ୍ଧ ସର୍କିଟ ହାଉସ ଠାରେ ପ୍ରଦେଶ କଂଗ୍ରେସ କମିଟି ଓ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଭୋଟ୍ ବଞ୍ଚାଅ ଦେଶ ବଞ୍ଚାଅ ଆନ୍ଦୋଳନ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।
ବୌଦ୍ଧର ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟି ଶୃଙ୍ଖଳା କମିଟିର ଅଧ୍ୟକ୍ଷ ସୁଜିତ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ପର୍ଯ୍ୟବେକ୍ଷକ ମନୋଜ ରଜାନୀ ଯୋଗ ଦେଇ ମୁଖ୍ୟ ନିର୍ବାଚନ କମିଶନ୍ ଜ୍ଞାନେଶ କୁମାରଙ୍କ ଭୋଟ୍ ଚୋରୀ ଓ ତାଙ୍କୁ ବଞ୍ଚାଇବାକୁ ବିଜେପିର ଉଦ୍ୟମକୁ ନିନ୍ଦା କରିବା ସହ ଆସନ୍ତା ୧ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ଭୋଟ୍ ବଞ୍ଚାଅ ଦେଶ ବଞ୍ଚାଅ ଆନ୍ଦୋଳନ ସମ୍ପର୍କରେ ସୂଚନା ଦେଇଥିଲେ ।
ରାଜ୍ୟ ଶୃଙ୍ଖଳା କମିଟିର ସଦସ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଇନ୍ଦ୍ରଜିତ ମହାକୁଡ ଓଡିଶାରେ ୨୮ ମାସ ଧରି ଚାଲିଥିବା ରଙ୍ଗମରା ସରକାରର ନିନ୍ଦା କରିଥିଲେ ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅବଦୁଲ କଲିମ୍ ଖାଁ, ସାଧାରଣ ସମ୍ପାଦକ ଦେବରାଜ ପଟ୍ଟନାୟକ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପ୍ରତ୍ୟୁଷ କୁମାର ମହାନନ୍ଦ, ନଗର କଂଗ୍ରେସ ସଭାପତି ତପନ କୁମାର ରାଉତ ରାୟ, ବରିଷ୍ଠ କଂଗ୍ରେସ ନେତା ରଘୁନାଥ ପଲିଆ, ସିଦ୍ଧେଶ୍ୱର ଗିରି, ସମରେଶ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ରାଜୀବ ଗାନ୍ଧୀ ରାଜ୍ୟ ସଂଗଠନର ରାଜ୍ୟ ସମ୍ପାଦକ ଉଦୟ ନାଥ ଶର୍ମା ଧନ୍ୟବାଦ ଦେଇଥିଲେ ।




